ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଅନର କିଲିଂର ଏକ ମାମଲା ସାମ୍ନାକୁ ଆସିଛି। ବେଟମା ନିକଟସ୍ଥ ରାଓ୍ଵଦ ଗ୍ରାମରେ ଭାଇ ନିଜ ଭଉଣୀକୁ ହତ୍ୟା କରିବାକୁ ପଛାଇ ନାହିଁ। ଭଉଣୀ ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ନିଜ ପ୍ରେମିକକୁ ବିବାହ କରି ନେଇଥିଲା। ଏହି କାରଣରୁ ଭାଇ ଏ ଭଳି କାଣ୍ଡ ଘଟାଇ ଥିବା କୁହାଯାଉଛି।

Advertisment

ପ୍ରାଥମିକ ସୂଚନା ଅନୁସାରେ, ଅଭିଯୁକ୍ତ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିଛି। ଗୁଳି ମାରିବା ପରେ ଭାଇ ପୁଲିସ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ଅଭିଯୁକ୍ତ ଭାଇ ଜଣେ ନାବାଳକ ବୋଲି ଜଣାପଡ଼ିଛି। ଭାଇ ଗୁଳି କରିବା ପରେ ଯୁବତୀଙ୍କୁ ଚିକିତ୍ସା ପାଇଁ ଇନ୍ଦୋରର ଏମ ବାଏ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

publive-image naidunia.

ପୁଲିସ ସୂତ୍ରରୁ ପ୍ରକାଶ, ରାଓ୍ଵଦ ନିବାସୀ ଅଭିଯୁକ୍ତର ବଡ଼ ଭଉଣୀ ପାଖାପାଖି ୬ମାସ ହେବ ଗ୍ରାମର କୂଳଦୀପ ରାଜାବତଙ୍କୁ ପ୍ରେମ ବିବାହ କରିଥିଲା। ସେ ନିଜ ପ୍ରେମିକଙ୍କୁ ବିବାହ କରିବା ପରେ ପିଥମପୁରରେ ରହୁଥିଲା। ସେ ସ୍ୱାମୀ ସହିତ ଶାଶୁଘରକୁ ଆସିଥିଲା। କୌଣସି ସୂତ୍ରରୁ ଖବର ପାଇ ଭାଇ ଭଉଣୀର ଶାଶୁଘରେ ପହଞ୍ଚି ଘର ପଛପଟେ ବସି କଥା ହେଉଥିବା ସମୟରେ ଭଉଣୀକୁ ଗୁଳି କରି ହତ୍ୟା କରିଥିଲା ଏବଂ ସେଠାରୁ ଥାନାକୁ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲା। ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି।