ଚକୋଲେଟ୍‌ ଓ ଖେଳନା ମାଗିବାରୁ ଝିଅକୁ ହତ୍ୟା କଲା ନିଷ୍ଠୁର ବାପା!

ଭୋପାଳ: ‌ଜଣେ ଝିଅକୁ ଯଦି ଦୁନିଆରେ ସବୁଠାରୁ କିଏ ଅଧିକ ସୁରକ୍ଷା ଦେଇପାରେ ତ ସିଏ ହେଉଛନ୍ତି ସେ ଝିଅର ବାପା। ହେଲେ ବେଳେ ବେଳେ ସେହି ରକ୍ଷକ ବି ନିଷ୍ଠୁର ହୋଇଯାଇ ବାପ-ଝିଅର ସଂପର୍କକୁ ବଦନାମ କରିବାକୁ ପଛାନ୍ତି ନାହିଁ। ମଧ୍ୟପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଝିଅ ଚକୋଲେଟ୍‌ ଓ ‌ଖେଳନା ପାଇଁ ଜିଦ୍‌ ଧରିବାରୁ ବାପା ନିଜ ଜନ୍ମକଲା ଝିଅକୁ ନିଜ ହାତରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାଟି ସୋମବାର ମଧ୍ୟପ୍ରଦେଶର ଇନ୍ଦେରଠାରେ ଘଟିଯାଇଛି। ତେବେ ସୂଚନାରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ବାପା ଜଣକ ହେଉଛନ୍ତି ଜଣେ ଡ୍ରଗ୍ସ ସେବନକାରୀ। ସେ ରାଗରେ ଆସି ନିଜ ଝିଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଜାଣିବାକୁ ମିଳିଛି। ସେ କହିଛନ୍ତି ଯେ ତାଙ୍କ ଝିଅ ତାଙ୍କୁ ବାରମ୍ବାର ଚକୋଲେଟ୍‌ ଓ ଖେଳନା ମାଗି ବିରକ୍ତ କରୁଥିବାରୁ ସେ ତାକୁ ପଥରରେ ଛେଚି ହତ୍ୟା କରିଛନ୍ତି।

ପୁଲିସ୍‌ ଅଭିଯୁକ୍ତକୁ ଜେରା କରିବା ପରେ ଜଣା ପଡ଼ିଛି ‌ଯେ ଅଭିଯୁକ୍ତ ଜଣକ ନିହାତି ଗରିବ। ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ତାଙ୍କ ଝିଅ ତାଙ୍କୁ ବାରମ୍ବାର ଆଡୁସାଡୁ ଜିନିଷ ମାଗି ବିରକ୍ତ କରି ପକାଉଥିଲେ। ତେବେ ଏହି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତ ହେବା ପାଇଁ ସେ ଶନିବାର ରାତିରେ ନିଜ ଝିଅକୁ ହତ୍ୟା କରିଥିବା କଥା ପୁଲିସ୍‌ ସମ୍ମୁଖରେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର