ସେନା ବୋରା ହତ୍ୟା କାଣ୍ଡ ସଂପର୍କିତ ଆଉ ଏକ ତଥ୍ୟ ମିଳିଲା; ହତ୍ୟାକାଣ୍ଡ ପୂର୍ବରୁ ବିୟୁଟି ପାର୍ଲରରେ ଥିଲେ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ

ମୁମ୍ବାଇ: ସେନା ବୋରା ହତ୍ୟା କାଣ୍ଡ ସଂପର୍କରେ ଏବେ ଆଉ ଏକ ତଥ୍ୟ ହାସଲ ହୋଇଛି। ଜାଣିବାକୁ ମିଳିଛି ଯେ ସେନା ବୋରାଙ୍କ ମାଆ ତଥା ପୂର୍ବତନ ଗଣମାଧ୍ୟମର ବ୍ୟକ୍ତିତ୍ୱ ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ଝିଅ ହତ୍ୟାର କିଛି ସମୟ ପୂର୍ବରୁ ବିୟୁଟି ପାର୍ଲରରେ ଥିଲେ। ଓର୍‌ଲିରେ ରହିଥିବା ବିୟୁଟି ପାର୍ଲର ମାଲିକ ଆଞ୍ଜେଲ୍‌ ଚଙ୍ଗ୍‌ ସିିବିଆଇ ବିଶେଷ ନ୍ୟାୟାଧିଶଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି।

ଇନ୍ଦ୍ରାଣୀ ସେହି ପର୍ଲରକୁ ପ୍ରାୟ ୧୦-୧୨ ହେବ ଯାଉଥିଲେ। ଏ ସଂପର୍କରେ ଚଙ୍ଗ୍‌ କହିଛନ୍ତି ଯେ ୨୦୧୨ ମସିହା ଏପ୍ରିଲ୍‌ ୨୪ ତାରିଖରେ ଯେଉଁଦିନ କି ସେନା ବୋରାଙ୍କ ହତ୍ୟା ହୋଇଥିଲା, ଇନ୍ଦ୍ରାଣୀ ତାଙ୍କୁ ପାର୍ଲରକୁ ଡକାଇ ସକାଳ ୧୦.୩୦ରୁ ଆପୋଏଣ୍ଟ୍‌ମେଣ୍ଟ୍‌ ନେଇଥିଲେ। ସେ ଶେଷରେ ଗତକାଲି କହିଛନ୍ତି ଯେ ସେଦିନ ଇନ୍ଦ୍ରାଣୀ ତାଙ୍କ ପାର୍ଲରେ ପ୍ରାୟ ଦେଢ଼ ଘଣ୍ଟା ସମୟ ବିତାଇଥିଲେ।

ଇନ୍ଦ୍ରାଣୀଙ୍କ ଓକିଲ ଓଲାଟାଇ ପ୍ରଶ୍ନ ପଚରାଯିବାରୁ ଚଙ୍ଗ୍‌ ସେଦିନ କେଉଁ ସବୁ ସେବା ଇନ୍ଦ୍ରାଣୀଙ୍କୁ ତାଙ୍କ ପାର୍ଲର ମଧ୍ୟରେ ଦେଇଥିଲେ ତାହାର ଏକ ତାଲିକା ପ୍ରଦାନ କରିଛନ୍ତି। ସେ କେମଶ ରଂଗ କରିବା ସହ ନେଲ୍‌ ପେଣ୍ଟ୍‌ କରିଥିଲେ ବୋଲି ସେ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୨ ମସିହା ଏପ୍ରିଲ୍‌ ୨୪ ତାରିଖରେ ୨୪ ବର୍ଷୀୟା ଯୁବତୀ ସେନା ବୋରାଙ୍କର ହତ୍ୟା ହୋଇଥିଲା। ୨୦୧୫ ମସିହାରେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ୍‌ ସେନା ବୋରାଙ୍କ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କର ପାଳିତ ବାପା ସଞ୍ଜିବ ଖାନ୍ନାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର