୨୦ଦିନର ଶିଶୁ ଉପରେ ପ୍ରେତାତ୍ମାର ଛାଇ ଥିବା ତାନ୍ତ୍ରିକ କହିବାରୁ ଜିଅନ୍ତା ପୋତି ଦେଲେ ବାପା-ମା’

ଶାହାଜାହାନପୁର : ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ପରିବାର ଜଣେ ତାନ୍ତ୍ରିକର କଥାରେ ପଡ଼ି ନିଜ ୨୦ଦିନର ଶିଶୁକୁ ଜିଅନ୍ତା ପୋତି ଦେଇଥିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମାତା-ପିତା ଶିଶୁକୁ ପୋତି ଦେଇ ଆସିବା ପରେ ଶିଶୁର କାନ୍ଦଣା ଶୁଣି ବାଟରେ ଯାଉଥିବା ଜଣେ ଯୁବକ ଶିଶୁକୁ ମାଟି ତଳୁ କାଢ଼ି ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଖବର ପାଇଁ ପୁଲିସ ଏବେ ଶିଶୁର ବାପା,ମାଉସୀ ଏବଂ ତାନ୍ତ୍ରିକକୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଜାନୁଆରୀ ୧୮ରେ ଏକ ଶିଶୁର କାନ୍ଦଣା ଶବ୍ଦ ଶୁଣି ବାଟରେ ଯାଉଥିବା ଜଣେ ଯୁବକ ଖାଲ ଖୋଳିବା ସହ ଶିଶୁଟିକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ପୁଲିସ ଆସି ପଚରାଉଚରା କରିବା ପରେ ଶିଶୁଟି ଶାଦବ ନାମକ ଏକ ଯୁବକଙ୍କର ବୋଲି ଜଣା ପଡ଼ିଥିଲା । ଶାଦବଙ୍କୁ ହେପାଜତକୁ ନେଇ ପୁଲିସ ଏହା ପଛର କାରଣ ପଚାରିବା ପରେ, ମୋ ଝିଅର ଦେହ ସବୁ ବେଳେ ଖରାପ ହେଉଥିଲା । ଏହା ଦେଖି ମୁଁ ଏବଂ ମୋ ସ୍ତ୍ରୀ ଜଣେ ତାନ୍ତ୍ରିକଙ୍କ ପାଖରେ ପହଞ୍ଚିବା ପରେ ସେ ତୁମ ଝିଅ ଉପରେ ପ୍ରେତାତ୍ମାର ଛାଇ ରହିଛି । ଶୀଘ୍ର କିଛି ନ କଲେ ସେ ଛାଇ ପୂରା ପରିବାରକୁ ନଷ୍ଟ କରିଦେବ ବୋଲି କହିଥିଲେ ।

Tricity

ଏଥିରୁ ବର୍ତ୍ତିବା ପାଇଁ ଉପାୟ ପଚାରିବା ପରେ ସେ ଝିଅକୁ ଜିଅନ୍ତା ପୋତିବା କଥା କହିଥିଲେ । ଯାହା ପରେ ମୁଁ ,ମୋ ସ୍ତ୍ରୀ ଏବଂ ମୋ ଶାଳୀ ମିଶି ଝିଅକୁ ପୋତି ଦେଇଥିଲୁ ବୋଲି ଶାଦବ ପୁଲିସକୁ ଜଣାଇଥିଲେ । ସବୁ ଜାଣିବା ପରେ ପୁଲିସ ପୀଡ଼ିତାର ବାପା,ମାଉସୀ ଏବଂ ତାନ୍ତ୍ରିକକୁ ଗିରଫ କରିଛି । ପୀଡ଼ିତାଙ୍କ ମା’ ପୁଲିସ କଥା ଶୁଣି ଫେରାର ହୋଇ ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର