ଝିଅ ଜନ୍ମ ହେଉ ହେଉ ବିବାହ କଥା ଚିନ୍ତା କରି ଝିଅର ଦୁଇ ହାତରେ ଥିବା ଅତିରିକ୍ତ ଆଙ୍ଗଳିକୁ କାଟିଲା ମା’

ଇନ୍ଦୋର : ଡ଼ିସେମ୍ବର ୨୨ରେ ଇନ୍ଦୋରରେ ଥିବା ସୁନ୍ଦରଦେବ ଗାଁରେ ଜଣେ ମହିଳା ଅନ୍ଧବିଶ୍ୱାସର ଶିକାର ହୋଇ କରିଥିବା କାମ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବିବାହ କଥା ଚିନ୍ତା କରି ଝିଅର ଦୁଇ ହାତରେ ଥିବା ୬ନମ୍ବର ଆଙ୍ଗୁଠିକୁ କାଟିଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜନ୍ମ କଲା ମା’ର ଏଭଳି କାମ ପାଇଁ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Maternity and Infant

ଅଭିଯୁକ୍ତ ମା’ର କହିବା ଅନୁଯାୟୀ, ୬ ଆଙ୍ଗୁଳି ବିଶିଷ୍ଟ ଝିଅକୁ କେହି ବିବାହ କରିବେ ନାହିଁ ବୋଲି ଭାବି ମୁଁ ଏପରି କରିିଥିଲି । କିନ୍ତୁ ମୁଁ ଜାଣି ନ ଥିଲି ଏଭଳି କରିବା ଦ୍ୱାରା ତା’ର ମୃତ୍ୟୁ ହୋଇଯିବ । ବ୍ଲେଡ୍‌ରେ ମୁଁ ତା’ ଆଙ୍ଗୁଳି କାଟିବାର ୬ ଘଣ୍ଟା ପରେ ତା’ର ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି । ନବଜାତ କନ୍ୟାର ମୃତ୍ୟୁ ପରେ ଏବେ ସେ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି । ଡ଼ିସେମ୍ବର ୨୨ରେ ଏହି ଘଟଣା ଘଟିଥିବା ବେଳେ ସମ୍ବାଦପତ୍ରରେ ଏହି ଖବର ପ୍ରକାଶ ପାଇବା ପରେ ଶୁକ୍ରବାର ଏହା ଲୋକଲୋଚନକୁ ଆସିଥିଲା । ଏହା ପରେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ମହିଳା ଏବଂ ଶିଶୁବିକାଶ ମନ୍ତ୍ରାଳୟ ଆଶା କର୍ମୀଙ୍କୁ ନୋଟିସ୍‌ ଦେଇ ଏ ନେଇ ଜବାବ୍‌ ମାଗିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର