ବାରଣାସୀ: କରୋନା ଭାଇରସ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବାରଣାସୀର ଜିଲ୍ଲାପାଳ କୌଶଲ ରାଜ ଶର୍ମା ଲୋକଙ୍କ ବୁଲାବୁଲି ଉପରେ ଅଙ୍କୁଶ ଲଗାଇଛନ୍ତି।
ଜିଲ୍ଲାପାଳଙ୍କ ଆଦେଶ ଲାଗୁ କରିବା ପାଇଁ ଗତ ସୋମବାର ଅପରାହ୍ନ ୪ଟାରେ ତୁଳସୀ ଘାଟରେ ଇନ୍ସପେକ୍ଟର ଗୌରବ ଉପାଧ୍ୟାୟ ପହଞ୍ଚି ଲୋକଙ୍କୁ କରୋନା ଗାଇଡ୍ଲାଇନ୍ ପାଳନ ବିଷୟରେ ସଚେତନ କରୁଥିଲେ। ଏହି ସମୟରେ ଯେଉଁମାନେ ସେଠାରେ ମାସ୍କ ନ ପିନ୍ଧିବା ସହିତ କରୋନା ନିୟମ ଉଲ୍ଲଂଘନ କରୁଥିଲେ ସେମାନଙ୍କ ଉପରେ ଇନ୍ସପେକ୍ଟର ଲାଠି ମାଡ଼ କରୁଥିଲେ। କିନ୍ତୁ ଦାଦାଗିରି ଦେଖାଉଥିବା ଇନ୍ସପେକ୍ଟରଙ୍କ ମୁହଁରେ ମାସ୍କ ନ ଥିଲା।
ये कानून से ऊपर हैं।खुद बिना मास्क के है।चालान और लाठी सिर्फ जनता के लिए है। SI भेलूपुर, वाराणसी की तस्वीर@varanasipolicepic.twitter.com/MqU2W8cTIy
— धनंजय सिंह (@ds2902911gmail1) April 13, 2021
ଏହି ଘଟଣା ପରେ ନିଜେ ମାସ୍କ ନ ପିନ୍ଧି ଲୋକଙ୍କ ଉପରେ ଲାଠି ମାଡ କରୁଥିବା ଇନ୍ସପେକ୍ଟରଙ୍କ ଫଟୋ ଭାଇରାଲ୍ ହୋଇ ଯାଇଥିଲା। କେହିକେହି ଏହି ଫଟୋକୁ ବାରଣାସୀ କମିସନରେଟ୍ ପୁଲିସକୁ ଟ୍ଵିଟ୍ କରିଥିଲେ। ଏହାପରେ ପୁଲିସ ଅଧିକାରୀ ତୁରନ୍ତ ଘଟଣାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ଘଟଣାରେ ଉକ୍ତ ଇନ୍ସପେକ୍ଟରଙ୍କ ଚାଲାଣ କଟାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/2-14.jpg)