ଦୁଇଜଣ ଯୁବତୀଙ୍କ ଉପରେ କାର ଚଢ଼ାଇ ଚାଲିଗଲେ ସବ୍-ଇନ୍ସପେକ୍ଟର; ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ

ପଞ୍ଜାବ: ସୋମବାର ସକାଳେ ଜଳନ୍ଧର-ଫଗବାଡା ରାଜପଥରେ ଧନୋୱାଲି ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା କାର ଦୁଇଜଣ ଯୁବତୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତକ ଧନ୍ନୋୱାଲିରେ ବସବାସ କରୁଥିବା ନବଜୋତ କୌର ବୋଲି ଜଣାପଡ଼ିଛି। ନବଜୋତ ତାଙ୍କ ସାଙ୍ଗଙ୍କ ସହିତ କାରରେ ଯାଉଥିବା ବେଳେ କାର ଧକ୍କାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

 

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ ଏହି ଘଟଣା ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଘଟିଥିଲା। ଜଣେ ସବ୍-ଇନ୍ସପେକ୍ଟର ଦ୍ରୁତ ଗତିରେ ଗାଡି ଚଳାଉଥିଲେ ଏବଂ ଧାନୋୱାଲି ଫାଟକ ନିକଟରେ ଦୁଇ ଯୁବତୀଙ୍କ ଉପରେ ଗାଡ଼ି ଚଢ଼ାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇଜଣ ଯୁବତୀ ରାସ୍ତା ଅତିକ୍ରମ କରୁଛନ୍ତି। ରାସ୍ତା‌ ଅତିକ୍ରମ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା କାରକୁ ଦେଖି ଦୁହେଁ ପଛକୁ ଫେରି ଯାଇଥିଲେ। ଏହି ସମୟରେ ସବ୍-ଇନ୍ସପେକ୍ଟରଙ୍କ କାରଟି ଦ୍ରୁତଗତିରେ ଆସି ଦୁହିଁଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଇନ୍ସପେକ୍ଟରଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର