ନୂଆଦିଲ୍ଲୀ : ମିଛ କାହାଣୀ କହି ୧୦ଲକ୍ଷ ଟଙ୍କା ଚୋରି କରିଥିବାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଗଗନ ଦୀପ୍ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ବନ୍ଧୁ ବିବେକ ରାଘବ ତାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ । ଗିରଫ କରି ପଚରାଉଚରା କରିବା ପରେ ଚୋରି ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି ।
Delhi: Police arrested one Gagan Deep & his friend for allegedly stealing Rs 10 lakh from his employer. The man who works as a cash collecter for a businessman called his employer from a passerby’s mobile & told him that the entire amount has been looted by bike-borne miscreants pic.twitter.com/loBHDSinv2
— ANI (@ANI) July 14, 2019
ସୂଚନା ମୁତାବକ, ଗଗନ ଏକ ବ୍ୟବସାୟୀଙ୍କ ପାଇଁ କ୍ୟାସ୍ କଲେକ୍ଟର ଭାବେ କାମ କରୁଥିବା ବେଳେ ତାଙ୍କୁ ଜଣଙ୍କଠାରୁ ୧୦ଲକ୍ଷ ଟଙ୍କା ଆଣିବା ପାଇଁ କୁହାଯାଇଥିଲା । ୧୦ଲକ୍ଷ ଟଙ୍କା ଆଣିବା ପରେ ସେ ନିଜ ମାଲିକଙ୍କୁ ଫୋନ କରି ଦୁଇଜଣ ବାଇକ୍ ଆରୋହୀ ଟଙ୍କା ଛଡ଼ାଇ ନେଇଥିବା ନେଇ ମିଛ କହିଥିଲେ । କ୍ରାଇମ୍ ସୋ’ ଦେଖି ସେ ଏଭଳି କାହାଣୀ ରଚିଥିଲେ ମଧ୍ୟ ଫସି ଯାଇଥିଲେ । ଗଗନଙ୍କ ମାଲିକ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଗଗନକୁ ଡ଼ାକି ପଚରାଉଚରା କରିଥିଲା । ପ୍ରଥମେ ଗଗନ ନିଜ ଅପରାଧ ମାନି ନଥିବା ବେଳେ ପରେ ନିଜର ବିବାହ ଏବଂ ବାବାଙ୍କ ଚିକିତ୍ସା ପାଇଁ ସେ ଏଭଳି କାମ କରିଥିବା ସ୍ୱୀକାର କରିଥିଲେ । ଏହା ସହ ଏହି କାମରେ ତାଙ୍କୁ ବିବେକ ସାହାଯ୍ୟ କରିଥିଲେ । ସବୁ ସତ ସାମ୍ନାକୁ ଆସିବା ପରେ ପୁଲିସ ଦୁହିଁଙ୍କୁ ଗିରଫ କରିଛି ।