ସ୍ପେସିଆଲ୍‌୨୬ ଫିଲ୍ମରୁ ଅନୁପ୍ରାଣିତ ହୋଇ ଇଡି ଓ ଏସିବି ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ: ବଲିଉଡ୍‌ ଚଳଚ୍ଚିତ୍ର ସ୍ପେସିଆଲ୍‌ ୨୬ରୁ ଅନୁପ୍ରାଣିତ ହୋଇ କିଛି ଠକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ଏସିବି ଅଧିକାରୀର ପରିଚୟ ଦେଇ ସାଧାରଣ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ବର୍ଷ ପୂର୍ବେ ବୀମା କମ୍ପାନୀରେ ଚାକିରି ହରାଇବା ପରେ ଗିରଫ ଅଭିଯୁକ୍ତମାନେ ଏହି ଅପରାଧକୁ ଆପଣେଇ ନେଇଥିଲେ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି।

ଶୀଘ୍ର ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟ ରଖି ଏହି ପାଞ୍ଚ ଅପରାଧୀ ବୀମା କମ୍ପାନୀ ଛାଡିବା ପୂର୍ବରୁ କିଛି ଗ୍ରାହକଙ୍କ ତଥ୍ୟ ଚୋରେଇ ଆଣିଥିଲେ, ଯାହାକି ତାଙ୍କୁ ଠକିବାରେ ଖୁବ୍ ସହାୟ ହେଉଥିଲା।

ପ୍ରାରମ୍ଭରେ, ସେମାନେ ବୀମା ପଲିସିରେ ଅଧିକ ବୋନସ ଦେବା ନାମରେ ଲୋକଙ୍କୁ ଠକିଥିଲେ। ପରେ, ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଲୁଟି ନେଇଥିବା ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

Hindustan Times

ଗୁରୁବାର ଦିନ ସେମାନେ ଏହି ପୀଡିତଙ୍କ ନିକଟକୁ ଇଡି ନାମରେ ଏକ ନକଲି ନୋଟିସ୍ ପଠାଇବା ପରେ ଏମାନଙ୍କ ରାକେଟ୍‌ ଧରାପଡ଼ିଛି। ୨୪ ରୁ ୩୫ ବର୍ଷ ବୟସର ଏହି ପାଞ୍ଚ ଜଣ ହେଉଛନ୍ତି ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ର ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦର ବାସିନ୍ଦା।

ଏ ନେଇ ଦିଲ୍ଲୀ ପୁଲିସ୍‌ର‌ କ୍ରାଇମ ବ୍ରାଞ୍ଚ ଟ୍ୱିଟ୍ କରି ଲେଖିଛି, “କ୍ରାଇମ ବ୍ରାଞ୍ଚ ପାଞ୍ଚଜଣିଆ ଏକ ଗ୍ୟାଙ୍ଗ୍‌କୁ ଗିରଫ କରିବା ସହ ଆନ୍ତରାଜ୍ୟ ଅପରାଧୀଙ୍କ ଏକ ଗ୍ୟାଙ୍ଗକୁ ଠାବ କରିଛି। ସ୍ପେସାଲ୍ ୨୬ ଦ୍ୱାରା ଅନୁପ୍ରାଣିତ ହୋଇ ସେମାନେ ଇଡି ଏବଂ ଏସିବିର ଅଧିକାରୀ ନାମରେ ଗ୍ରାହକଙ୍କ ସହ ପ୍ରତାରଣା କରୁଥିଲେ।’’

ସମ୍ବନ୍ଧିତ ଖବର