ନୂଆଦିଲ୍ଲୀ : ମାଲେସିଆରେ ଜଣେ ନାବାଳିକା ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଇନ୍ଷ୍ଟାଗ୍ରାମରେ ନିଜର ଜୀବନ/ମରଣକୁ ନେଇ ପୋଲ କରିବା ପରେ ଅଧିକାଂଶ ଫଲୋୟର୍ସ ନାବାଳିକାଙ୍କୁ ମରିଯିବାକୁ କହିଥିଲେ । ଯାହା ପରେ ଇନ୍ଷ୍ଟା ପୋଷ୍ଟର ଏକ ଘଣ୍ଟା ପରେ ନାବାଳିକା ନିଜ ବାଲକୋନୀରୁ ଡ଼େଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇ ଯାଇଥିବା ବେଳେ ଯେଉଁମାନେ ନାବାଳିକାକୁ ମରିବା ପାଇଁ କହିଥିଲେ, ସେମାନଙ୍କୁ ପୁଲିସ ଜେରା କରିବ ବୋଲି କହିଛି ।
/sambad/media/post_attachments/wp-content/uploads/2019/05/instagram_1557922858_725x725-300x199.jpg)
ସୂଚନା ମୁତାବକ, ମେ’ ୧୩ ତାରିଖରେ ନାବାଳିକା ନିଜ ଇନ୍ଷ୍ଟା ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ, ବହୁତ ଗୁରୁତ୍ୱପୂର୍ଣ୍ଣ, ବାଛିବାରେ ସାହାଯ୍ୟ କରନ୍ତୁ। ଏଥିସହ ‘ଡ଼ି’(ଡ଼େଥ୍) କିମ୍ବା ’ଏଲ୍’(ଲିଭ୍) ମଧ୍ୟରୁ ଗୋଟିକୁ ବାଛନ୍ତୁ ବୋଲି ଲେଖାଯାଇଥିଲା । ଏହି ପୋଷ୍ଟ ପରେ ତାଙ୍କ ଫଲୋୟର୍ସମାନେ ଏଲ୍ ବାଛିବା ପରିବର୍ତ୍ତେ ‘ଡ଼ି’ ବାଛିଥିଲେ । ୬୯ପ୍ରତିଶତ ଲୋକେ ‘ଡ଼ି’ ବାଛିଥିବାରୁ ନାବାଳିକା ପୋଷ୍ଟ କରିବାର ଘଣ୍ଟାକ ପରେ ନିଜ ଘର ବାଲକୋନୀରୁ ତଳକୁ ଡ଼େଇଁ ପଡ଼ିଥିଲେ ।