ଜେଲ୍‌ରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ରାସ୍ତାରେ ଜଣେ ଯୁବକଙ୍କୁ ଲିଫ୍ଟ ମାଗିଲା, ପରେ ଯୁବକଙ୍କ ପରିଚୟ ଜାଣି ମୁଣ୍ଡରେ ହାତ ଦେଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଜେଲ୍‌ରୁ ଅଭିଯୁକ୍ତମାନେ ଫେରାର ହେବା କିଛି ନୂଆ କଥା ନୁହେଁ । ଏହା ଆମେ ଉଭୟ ଫିଲ୍ମ ଏବଂ ଅସଲ ଜୀବନରେ ଅନେକ ଥର ଦେଖି ସାରିଛେ । କିନ୍ତୁ ଫେରାର ହେବା ପରେ ପୁଣି ଯେଭଳି ଭାବରେ ଜେଲକୁ ଆସିଲେ, ସେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଘଟିଛି କେଣ୍ଟୁକିରେ ।

ସୂଚନା ମୁତାବକ, ଜଣେ ଅଭିଯୁକ୍ତକୁ ପୁଲିସ ହାତକଡ଼ି ପକାଇ ଆଣିଥିବା ବେଳେ ହାତକଡ଼ିଟି ଅଧିକ ଜାମ୍‌ ହୋଇ ଯାଇଛି ବୋଲି କହିଥିଲା ଅଭିଯୁକ୍ତ । ଟିକେ ଢ଼ିଲା କରିବା ପାଇଁ ପୁଲିସକର୍ମୀ ଗୋଟେ ପଟ ହାତର ହାତକଡ଼ି ଫିଟାଇବା ପରେ ଅଭିଯୁକ୍ତ ଏହାର ସୁଯୋଗ ନେଇ ଖସି ପଳାଇଥିଲେ । କିଛି ବାଟ ଯାଇ ସେ ହାଇେଓ୍ଵରେ ପହଞ୍ଚିବା ସହ ସେଠାରୁ ଯିବା ପାଇଁ ବାଟରେ ଯାଉଥିବା ଗାଡ଼ିକୁ ଅଟକାଇବାକୁ ଲାଗିଥିଲେ । କୌଣସି ଗାଡ଼ି ଅଟକୁ ନଥିବା ବେଳେ କିଛି ସମୟ ପରେ ଏକ ଗାଡ଼ିଟି ଅଟକିଥିଲା । ଖୁସିରେ ଅଭିଯୁକ୍ତ କାର୍‌ରେ ବସିଯିବା ସହ ଗାଡ଼ି ଚଳାଉଥିବା ଯୁବକ ଜଣେ ପୁଲିସ ଅଫିସର ଜାଣି ପାରି ନଥିଲେ ।

Times Now

ଅନ୍ୟ ପକ୍ଷରେ ଅଭିଯୁକ୍ତଙ୍କ ହାତରେ ହାତକଡ଼ି ଦେଖି ପୁଲିସକର୍ମୀ ସବୁ ଜାଣିବା ପାରିବା ସହ ତାଙ୍କୁ ନେଇ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଲିଫ୍ଟ ଦେଇଥିବା ଯୁବକ ପୁଲିସକର୍ମୀ ବୋଲି ଜାଣି ଅଭିଯୁକ୍ତଙ୍କ ହୋସ ଉଡ଼ି ଯାଇଥିଲା । ଏବେ ସେ ଜେଲ୍‌ରେ ଦଣ୍ଡ ଭୋଗୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର