ଛାତ୍ରବୃତ୍ତି ଫର୍ମରେ ସ୍ବାକ୍ଷର ଦେବାକୁ ଛାତ୍ରୀମାନଙ୍କୁ ଚୁମ୍ବନ ସହ ଆଲିଙ୍ଗନ କରିବାକୁ କହୁଥିଲେ ଶିକ୍ଷକ

ନୂଆଦିଲ୍ଲୀ: ଛତିଶଗଡ଼ର ଅକଲତରାରେ ଜଣେ ଶିକ୍ଷକ ସ୍କୁଲର ଛାତ୍ରୀମାନଙ୍କ ପ୍ରତି କରୁଥିବା ଅସଦାଚରଣର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ଶିକ୍ଷକ ଛାତ୍ରବୃତ୍ତି ଫର୍ମରେ ସ୍ବାକ୍ଷର କରିବା ପାଇଁ ସ୍କୁଲର ଛାତ୍ରୀମାନଙ୍କୁ ବ୍ଲାକମେଲ କରିବା ସହ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ ଦେବାକୁ ବାଧ୍ୟ କରୁଥିଲା। ଏବେ ଏ ନେଇ ଅଭିଯୋଗ କରାଯାଇଥିବା ବେଳେ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ।

ଏବେ ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା ବେଳେ କଡ଼ା ଆଇନ ସତ୍ତ୍ବେ ମଧ୍ୟ ପ୍ରତିଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ଦେଶର ପ୍ରତି କୋଣରେ ମହିଳାମାନେ ଅସଦାଚରଣର ଶିକାର ହେବା ସହ ଦୁଷ୍କର୍ମର ଶିକାର ହେଉଛନ୍ତି। ଏବେ ଛତିଶଗଡ଼ର ସ୍କୁଲ ମଧ୍ୟରେ ଛାତ୍ରୀମାନେ ଅସଦାଚରଣର ଶିକାର ହେଉଥିବା ଖବର ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

15 छात्राओं ने दर्ज की शिकायत
oneindia.com

ପୁଲିସ ଅଧିକାରୀ ପାରୁଲ ମାଥୁରଙ୍କ କହିବା ମୁତାବକ, ୫୬ବର୍ଷୀୟ ଶିକ୍ଷକ ଛେଦିଲାଲ ଶର୍ମା ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନଙ୍କ ଛାତ୍ରବୃତ୍ତି ଫର୍ମରେ ନିଜର ସ୍ବାକ୍ଷର ଦେବା ପାଇଁ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କରିବାକୁ ବାଧ୍ୟ କରୁଥିଲା। ୧୫ଜଣ ଛାତ୍ରୀ ଅଭିଯୁକ୍ତ ଛେଦିଲାଲ ଶର୍ମାଙ୍କ ବିରୋଧରେ ପୁଲିସରେ ଏତଲା ଲେଖାଇବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୋଗ ପୂର୍ବରୁ ଛାତ୍ରୀମାନେ ପୁଲିସକୁ ଜଣାଇବାର ଚେତାବନୀ ଦେଇଥିଲେ ମଧ୍ୟ ଛେଦିଲାଲ ଅସଦାଚରଣ କରିବା ଛାଡ଼ି ନଥିଲେ।

ସମ୍ବନ୍ଧିତ ଖବର