ବଣଭୋଜିକୁ ଡାକି ଦୁଇ ନାବାଳିକାଙ୍କ ସହ ଦୁଷ୍କର୍ମ କଲେ ପ୍ରେମିକ

ରାଞ୍ଚି: ଜାନୁଆରି ୨ ତାରିଖରୁ ଜଗନ୍ନାଥପୁର ଥାନା ଅଞ୍ଚଳରୁ ନିରୁଦ୍ଦେଶ ହୋଇ ଥିବା ୧୩ ଏବଂ ୧୬ ବର୍ଷୀୟ ଦୁଇ ନାବାଳିକା ବୁଧବାର ଦିନ ଫେରି ଦୁଷ୍କର୍ମ ଅଭିଯୋଗ କରିଛନ୍ତି।

ପୁଲିସ କହିଛି, ଜାନୁଆରି ପ୍ରଥମ ସପ୍ତାହରେ ୧୩ ବର୍ଷୀୟ ବାଳିକାର ପରିବାର ଲୋକେ ନିଖୋଜ ଅଭିଯୋଗ କରିଥିଲେ। ଅଭିଯୋଗ ହୋଇଥିଲା କି, ୧୩ ବର୍ଷୀୟ ଝିଅକୁ ତା’ର ୧୬ ବର୍ଷୀୟ ବାନ୍ଧବୀ ଝିଅଟି ମାନବ ଚାଲାଣ ନିମନ୍ତେ ନେଇଯାଇଛି। କିନ୍ତୁ, ଫେରିବା ପରେ ଉଭୟେ ପ୍ରକୃତ ଘଟନା ବଖାଣି ଥିଲେ।

ପୁଲିସକୁ ବୟାନ ଦେଇ ଉଭୟ କହିଛନ୍ତି ଯେ ଜାନୁଆରି ୨ ତାରିଖ ଦିନ ଉଭୟ ସେମାନଙ୍କ ପ୍ରେମିକଙ୍କୁ ଭେଟିବାକୁ ଗୋଟାଏ ପିକ୍‌ନିକ୍‌ ସ୍ପଟ୍‌କୁ ଯାଇଥିଲେ।

ତତିସିଲ୍‌ଓ୍ଵାଇ ଥାନା ଅଞ୍ଚଳର ଏକ ଘରେ ସେମାନଙ୍କୁ ପୂରାଇ ଉଭୟ ୧୬ ବର୍ଷୀୟ ଝିଅର ପ୍ରେମିକ ବାଦଲ ଏବଂ ତାଙ୍କ ବନ୍ଧୁ ମନୀଷ ସେମାନଙ୍କ ସହ ୭ ଦିନ ଧରି ଦୁଷ୍କର୍ମ କରିଥିଲେ।

ଆଇପିସିର ସମ୍ପୃକ୍ତ ଧାରା ଓ ପୋକ୍‌ସୋ ଆଇନ୍‌ ଅନୁସାରେ ପୁଲିସ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର