ନୂଆଦିଲ୍ଲୀ: ବଜାରରେ ଆଇଫୋନ୍-ଏକ୍ସ ଆସିବା ପୂର୍ବରୁ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଇଫୋନ୍-ଏକ୍ସର ଏହି ଭିଡିଓ ଆସିବାପରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଛି। ଆପେଲ କମ୍ପାନି ଏହି ଭିଡିଓର ଯାଞ୍ଚ କରିବା ପରେ ଜାଣିବାକୁ ପାଇଲା କି, ତାଙ୍କର ଜଣେ କର୍ମଚାରୀଙ୍କ କନ୍ୟା ଏହି ଭିଡିଓ ପୋଷ୍ଟ କରିଥିଲେ। ଏହାପରେ କମ୍ପାନି ତାଙ୍କର ସେହି କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରି ଦେଇଥିଲେ।
/sambad/media/post_attachments/wp-content/uploads/2017/10/THP_CHP_301017Apple_3266JPG.jpg)
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଆଇଫୋନ୍-ଏକ୍ସ ଭିଡିଓକୁ ଏହି ଚଳିତ ସପ୍ତାହରେ ହିଁ ପୋଷ୍ଟ କରାଯାଇଥିଲା। ଭାଇରାଲ ହୋଇଥିବା ଭିଡିଓକୁ ବ୍ରୁକ୍ ଏମିଲିୟା ପିଟରସନ୍ ଆପେଲ କ୍ୟାମ୍ପସରେ ନିଜର ଟ୍ରିପ୍ର ସୁଟିଂ କରିଥିଲେ। ଭିଡିଓରେ ଝିଅ ସହିତ ଆପେଲର କର୍ମଚାରୀ ନଜର ଆସୁଛନ୍ତି। ଚାକିରିରୁ ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ହାତରେ ଆଇଫୋନ୍-ଏକ୍ସ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ଆଇଫୋନ୍-ଏକ୍ସ ସହିତ ଯୋଡ଼ି ହୋଇଥିବା ଅନେକ ସୂଚନା ବି ରହିଛି। ଆଇଫୋନ୍-ଏକ୍ସ ଫୁଟେଜରେ କ୍ୟୁଆର କୋଡସ୍ ଲାଗିଛି। ଏହି କୋଡସ କେବଳ ଆପେଲର କର୍ମଚାରୀମାନେ ହିଁ ବ୍ୟବହାର କରିଥାଆନ୍ତି।
ଏହି ଭିଡିଓ ସାମ୍ନାକୁ ଆସିବାପରେ କର୍ମଚାରୀ ନିଜର ଭୁଲ ସ୍ୱୀକାର କରିଛନ୍ତି। କମ୍ପାନି ନିୟମ ଅନୁଯାୟୀ, କୌଣସି ବି କର୍ମଚାରୀ ଏଭଳି କାମ କରିବାର ଅନୁମତି ନାହିଁ। ଯେଉଁମାନେ ଏହି ନିୟମରୁ ନମାନନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/xapplhgdkjdykdyk600x450-30-1509352523.jpg.pagespeed.ic_._gXWpIV3KJ.jpg)