# ମି ଠୁ ଅଭିଯାନ: ମହିଳା ପୁଲିସ ଅଧିକାରୀ ବରିଷ୍ଠ ଆଇପିଏସ୍‌ ଉପରେ ଆଣିଲେ ସଙ୍ଗୀନ୍‌ ଅଭିଯୋଗ

ନୂଆଦିଲ୍ଲୀ: # ମି ଠୁ ଅଭିଯାନ ଜରିଆରେ ମହିଳାମାନେ କର୍ମକ୍ଷେତ୍ରରେ ସେମାନଙ୍କ ସହ ଘଟୁଥିବା ଯୌନ ଶୋଷଣ ଘଟଣାକୁ ଖୋଲାଖୋଲି ଭାବେ ପ୍ରକାଶ କରି ପାରୁଛନ୍ତି। ସମ୍ପ୍ରତି ମହିଳା ପୁଲିସ ଅଧିକାରୀ ନିଜର ବରିଷ୍ଠ ଅଧିକାରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। # ମି ଠୁ ଅଭିଯାନ ଜରିଆରେ କୌଣସି ପୁଲିସ ଅଧିକାରୀଙ୍କ ଉପରେ ଏହା ପ୍ରଥମ ଯୌନଶୋଷଣ ଅଭିଯୋଗ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଅାସାମର ମଜୁଲିର ଆଡିସନାଲ କମିଶନର ଅଫ ପୁଲିସ ଲିନା ଡୋଲି ଆଡିସ୍‌ନାଲ ଡାଇରେକ୍ଟର ଜେନେରାଲ ଅଫ ପୁଲିସ ମୁକେଶ ଅଗ୍ରଓ୍ଵାଲଙ୍କ ଉପରେ ଯୌନଶୋଷଣ ଅଭିଯୋଗ ଆଣି ନ୍ୟାୟ ଅପେକ୍ଷାରେ ରହିଛନ୍ତି।

ମହିଳା ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହି କାରଣରୁ ତାଙ୍କ ସ୍ୱାମୀ କିଛି ମାସ ତଳେ ଆତ୍ମହତ୍ୟା କରିଛନ୍ତି । ମହିଳା ପୁଲିସ ଅଧିକାରୀ ଯେତେବେଳେ ଡିଏସ୍‌ପି ପଦରେ ଥିଲେ ସେହି ସମୟରେ ଅଗ୍ରଓ୍ଵାଲ ଆଇଜି ପଦରେ ଥିଲେ। ସେ ଜଣେ ବରିଷ୍ଠ ପୁଲିସ ଅଧିକାରୀ। ଅଗ୍ରଓ୍ଵାଲ ମହିଳା ଅଧିକାରୀଙ୍କ କାମରେ ଖୁସି ହୋଇ ତାଙ୍କ ସହ ଛୁଟିରେ ଯିବାକୁ କହିଥିଲେ ଏବଂ ଏହି ଛୁଟିରେ ଯିବା କଥା ତାଙ୍କ ସ୍ୱାମୀକୁ ନ ଜଣାଇବାକୁ ବି ଧମକ ଦେଇଥିଲେ। ଏହାପରେ ଅଗ୍ରଓ୍ଵାଲଙ୍କ ସହ ଲିନା ଛୁଟିରେ ଯାଇ ପାରିବେ ନାହଁ ବୋଲି ରୋକଠୋକ୍‌ ମନା କରି ଦେଇଥିଲେ। ଏହାପରେ ସେ ଲିନାକୁ ଅନେକ କଥା କହିଥିଲେ। ମୁକେଶ ଅଗ୍ରଓ୍ଵାଲଙ୍କ ବିରୋଧରେ ଲିନା ମାମଲା ରୁଜୁ କରିବାର ଛଅମାସ ପରେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଲିନାଙ୍କ ଏହି ଅଭିଯୋଗ ପରେ ଏକ କମିିଟି ଗଠନ କରାଯାଇଯାଇଥିଲା, ଯାହାର ଅଧ୍ୟକ୍ଷତା ଅସାମର ଆଡିସନାଲ ଚିଫ୍‌ ସେକ୍ରେଟାରି କରୁଥିଲେ। କିନ୍ତୁ ଯାଞ୍ଚ ସଠିକ୍‌ ଦିଗରେ ଯାଇ ନ ଥିଲା ବୋଲି ଲିନା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର