ଜନ୍ମଦିନରେ ବାପାଙ୍କ ଆଇପିଏସ୍‌ ସାଙ୍ଗ ଦ୍ୱାରା ଯୌନଶୋଷଣର ଶିକାର ହୋଇଥିଲେ ନାବାଳିକା; ଝିଅ ମୁହଁରେ କେକ ଲଗାଇ ଚାଟିବାକୁ ଲାଗିଥିଲେ

ମୁମ୍ବାଇ: ମହାରାଷ୍ଟ୍ରର ନବି ମୁମ୍ବାଇ ପୁଲିସ ଷ୍ଟେସନ୍‌ରେ ଗୁରୁବାର ଜଣେ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ନାବାଳିକାଙ୍କୁ ଯୌନଶୋଷଣ କରିଥିବା ମାମଲା ରୁଜୁ ହୋଇଛି।

ପୀଡ଼ିତା ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ଛଅମାସ ପୂର୍ବେ ନାବାଳିକା ଝିଅ ରାକ୍ଷୀ (ଛଦ୍ମନାମ)ର ଜନ୍ମଦିନ ଭୋଜିର ଆୟୋଜନ କରାଯାଇଥିଲା। ଜନ୍ମଦିନ ଭୋଜିକୁ ଆସି ଆଇପିଏସ୍‌ ଅଧିକାରୀ ରାକ୍ଷୀ ସହିତ ଖରାପ ବ୍ୟବହାର କରିବା ସହିତ ଯୌନଶୋଷଣ କରିଥିଲେ।

ପୀଡ଼ିତା ପରିବାର ଲୋକଙ୍କ ଏହି ଅଭିଯୋଗ କ୍ରମେ  ଡିଆଇଜି ନିଶିକାନ୍ତ ମୋରେଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୫୪ଏ, ୫୦୬ ରେ ଯୌନ ନିର୍ଯାତନା ମାମଲା ରୁଜୁ କରିଥିବା ବେଳେ ପୋକସୋ ଆକ୍ଟ ଆଧାରରେ ବି ପୁଲିସ ମାମଲା ରୁଜୁ କରିଛି। କିନ୍ତୁ ଏଯାବତ ଆଇପିଏସ୍‌ ଅଧିକାରୀ ନିଶିକାନ୍ତ ମୋରେଙ୍କୁ ଗିରଫ କରାଯାଇ ନାହିଁ।

Image result for ips-officer-booked-for-sexually-harassing-17-year-old-gir
Clipper28 Digital Media

ପୀଡ଼ିତା ପିତାଙ୍କ କହିବାନୁସାରେ, ଆଇପିଏସ୍‌ ଅଧିକାରୀ ନିଶିକାନ୍ତ ମୋରେ ମୋର ସାଙ୍ଗ ଅଟନ୍ତି। ଚଳିତବର୍ଷ ଜୁନ୍‌ ୫ ତାରିଖରେ ଝିଅ ରାକ୍ଷୀର ଜନ୍ମ ଦିନ ଥିଲା। ତେଣୁ ମୁଁ ମୋର ସାଙ୍ଗଙ୍କୁ ଝିଅ ଜନ୍ମଦିନ ଭୋଜିକୁ ନିମନ୍ତ୍ରଣ କରିଥିଲି। ସେ ବି ମୋର କଥା ରଖି ଭୋଜିରେ ପହଞ୍ଚିଥିଲେ। କିନ୍ତୁ ଯେତେବଳେ ଝିଅ ରାକ୍ଷୀ କେକ କାଟିଥିଲା, ସେହି କେକକୁ ତାର ସାଙ୍ଗମାନେ ତାର ମୁହଁରେ ଲଗାଉଥିଲେ।

ଏତିକି ବେଳେ ନିଶିକାନ୍ତ ବି ମୋ ଝିଅ ଗାଲରେ କେକ ଲଗାଇ ତାକୁ ଜିଭରେ ଚାଟିବାକୁ ଲାଗିଥିଲେ। ଏହା ଦେଖିବାକୁ ଅସ୍ୱଭାବିକ ଲାଗିଥିଲେ ହେଁ କେହି ଏଥିପ୍ରତି ଗୁରୁତ୍ୱ ଦେଇ ନଥିଲେ। କିନ୍ତୁ ସେ ଝିଅ ସହିତ ଏଭଳି କାମ କରିବେ ତାହା କାହାକୁ ବି ଜଣା ନଥିଲା। ସେ ଝିଅ ସହିତ କରିଥିବା ଖରାପ ବ୍ୟବହାର ମୋବାଇଲରେ କୈଦ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ମୁଁ ଯେତେବେଳେ ମୋରେଙ୍କୁ ଏହି ବିଷୟରେ ପଚାରିଥିଲି ସେ ସ୍ପଷ୍ଟ ଭାବେ ଏପରି କରି ନାହାନ୍ତି ବୋଲି ମନା କରି ଦେଇଥିଲେ।

Image result for ips-officer-booked-for-sexually-harassing-17-year-old-gir
News Nation

ଏହାପରେ ଏହି ଅଭିଯୋଗ ନେଇ ପୁଲିସ ଷ୍ଟେସନ୍‌ ଯାଇଥିଲେ ହେଁ ପୁଲିସ ଅଭିଯୋଗ ଗ୍ରହଣ କରି ନଥିଲା। କିନ୍ତୁ ସାକ୍ଷୀ ଓ ପ୍ରମାଣକୁ ଦେଖିବା ପରେ ପୁଲିସ ଉକ୍ତ ଆଇପିଏସ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି ବୋଲି ଡିସିପି ଅଶୋକ ଦୁଧେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର