ପ୍ରେମିକାଙ୍କୁ ଅନ୍ୟ ଜଣେ ପୁୁରୁଷ ସହ ଦେଖି ପ୍ରେମିକାର ଝିଅକୁ ହତ୍ୟା କଲା ପ୍ରେମିକ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୫ ବର୍ଷିଅ ଯୁବକ ନିଜ ପ୍ରେମିକାଙ୍କୁ ଅନ୍ୟ ଜଣେ ପୁରୁଷଙ୍କ ସହ ଦେଖିବା ପରେ ରାଗରେ ଆସି ପ୍ରେମିକାଙ୍କ ଝିଅକୁ ହତ୍ୟା କରିଥିବା ଜାଣିବାକୁ ମିଳିଛି। ହାଇଦ୍ରାବାଦସ୍ଥିତ ଘଟ୍‌କେଶ୍ବରର ଇସ୍‌ମେଲ୍‌ଖାନ ଗୁଡ଼ା ଅଞ୍ଚଳରେ ଏପରି ଘଟଣା ଘଟିଥିବା ଜାଣିବାକୁ ମିଳିଛି।

ଅଭିଯୁକ୍ତ ଜଣକ ହେଉଛନ୍ତି କରୁଣାକର। ସେ ଏକ ୫ ବର୍ଷୀୟା ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କୁନି ଝିଅଟିର ମାଆଙ୍କୁ ତାଙ୍କ ଘରେ ଅନ୍ୟ ଜଣେ ପୁରୁଷ ସହ ଦେଖିବା ପରେ ରାଗରେ ଭାରସାମ୍ୟ ହରାଇ କରୁଣାକର ଏପରି କରିଥିବା ଅଭିଯୋଗ ହୋଇଛି।

Opera News

ଜାଣିବାକୁ ମିଳିଛି କରୁଣାକରଙ୍କ ସହ ମୃତ ଶିଶୁର ମାଆଙ୍କର ପ୍ରେମ ସଂପର୍କ ରହିଥିଲା। ମାତ୍ର ଗତ କିଛି ଦିନ ହେବ ମହିଳା ଜଣକ କରୁଣାକରଙ୍କ ସହ ବିଶେଷ ଯୋଗାଯୋଗରେ ରହୁନଥିଲେ। କରୁଣାକର କିନ୍ତୁ ମହିଳାଙ୍କ ପିଛା ଛାଡୁନଥିଲେ।

ଗୁରୁବାର କରୁଣାକର ଅଚାନକ ମହିଳାଙ୍କ ଘର ଭିତରକୁ ପ୍ରବେଶ କରିବାରୁ ତାଙ୍କ ପ୍ରେମିକାଙ୍କୁ ଆଉ ଜଣେ ପୁରୁଷଙ୍କ ସହ ଦେଖି ରାଗିଗଲେ। ସେ ସେଠାରେ ପଡ଼ିଥିବା ଏକ ବ୍ଲେଡ୍‌ରେ ମହିଳାଙ୍କ ୫ ବର୍ଷର ଝିଅକୁ ଆକ୍ରମଣ କରିଥିଲେ।  କରୁଣାକର ସେହି ବ୍ଲେଡରେ ସେଠାରେ ଉପସ୍ଥିତ ଥିବା ମହିଳାଙ୍କ ପ୍ରେମିକଙ୍କୁ ବି ଆକ୍ରମଣ କରିଥିଲେ। ମହିଳା ଜଣକ ତାଙ୍କ ଝିଅକୁ ନେଇ ତୁରନ୍ତ ହସ୍ପିଟାଲ୍‌ ଯାଇଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ କୁନି ଝିଅଟିର ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର