ନାବାଳକ ପ୍ରେମିକଙ୍କୁ ବିବାହ କରିବାକୁ ଜିଦ ଧରି ବିଜ୍ଞାପନ ହୋଡିଂ ଖମ୍ବ ଚଢ଼ିଗଲେ ବାଳିକା

ନୂଆଦିଲ୍ଲୀ: ଇନ୍ଦୋରର ପରଦେଶୀପୁରା ଅଞ୍ଚଳରେ ଜଣେ ବାଳିକାଙ୍କ ହାଏ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ଏଠାରେ ଜଣେ ନାବାଳକଙ୍କୁ ବିବାହ କରିବାକୁ ଜିଦ ଧରି ବାଳିକା ବିଜ୍ଞାପନ ହୋଡିଂ ଖମ୍ବରେ ଚଢ଼ି ଯାଇଥିଲେ। ପ୍ରେମିକ ସହିତ ବିବାହ କରାଇବାକୁ ରାଜି ହେଲେ ଯାଇ ସେ ତଳକୁ ଓହ୍ଲାଇବେ, ନଚେତ ସେଠାରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ।
ପୁଲିସ ୪୫ ମିନିଟ ଧରି ବାଳିକାଙ୍କୁ ବୁଝାଇବା ପରେ ସେ ତଳକୁ ଓହ୍ଲାଇଥିଲେ। ଏହାପରେ ପୁଲିସ ପଚାରଉଚାର କରି ପରିବାର ଲୋକଙ୍କୁ ବାଳିକାଙ୍କୁ ହସ୍ତାନ୍ତର କରିଥିଲା।

घरवाले कहीं और करा रहे थे शादी.

ଯୁବତୀଙ୍କ ଖମ୍ଭରେ ଚଢ଼ି ଥିବା ଦେଖି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଇନ୍ଦୋର ପରଦେଶୀପୁରା ବ୍ରିଜ ନିକଟରେ ଏହି ଘଟଣା ଘଟିଥିଲା। ଏଠାରେ ଥିବା ଏକ ବିଜ୍ଞାପନ ହୋର୍ଡିଂ ଖମ୍ବରେ ବାଳିକା ଚଢ଼ି ଯାଇଥିଲେ। ଖମ୍ଭରୁ ଓହ୍ଲାଇବା ପାଇଁ କହିବାରୁ ସେ କହିଥିଲେ, ତାଙ୍କ ମା’ ତାଙ୍କର ଅନ୍ୟତ୍ର ବିବାହ ସ୍ଥିର କରିଛନ୍ତି। ସେ ସେଠାରେ ବିବାହ କରିବାକୁ ଚାହୁନାହାନ୍ତି। ଏହା ସତ୍ତ୍ବେ ବି ପରିବାର ଲୋକ ତାଙ୍କୁ ବାଧ୍ୟ କରୁଛନ୍ତି। ସେ ଯେଉଁଠାରେ ଚାହୁଁଛନ୍ତି ସେଠାରେ ବିବାହ ନକଲେ ଖମ୍ବରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ବାଳିକା।

ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ପରିସ୍ଥିତିକୁ ନିଜ ଆୟତ୍ତକୁ ନେଇ ବାଳିକାଙ୍କୁ ବୁଝାଇସୁଝାଇ ଖମ୍ବରୁ ତଳକୁ ଓହ୍ଲାଇ ଆଣିଥିଲେ। ଏହାପରେ ବିବାହ ପାଇଁ ପ୍ରାପ୍ତ ବୟସ ହେଲେ ଝିଅ ଯେଉଁଠି କହିବ ସେଠାରେ ହିଁ ବିବାହ କରାଇ ଦେବେ ବୋଲି କଥା ଦେଇଥିଲେ ପରିବାରଲୋକ। ଏହାପରେ ଝିଅକୁ ନେଇ ପରିବାରଲୋକ ଘରକୁ ଯାଇଥିଲେ।

ସମ୍ବନ୍ଧିତ ଖବର