ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀ ନିଜର ମୂଲ୍ୟବାନ ସାମଗ୍ରୀକୁ ଟିର୍ମନାଲ ବିଲଡିଂରେ ଛାଡ଼ି ଦେଇଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଚଳିତ ଥର ଜଣେ ବ୍ୟକ୍ତି ସାମଗ୍ରୀ ନୁହେଁ, ନିଜ ପୁଅକୁ ବିମାନବନ୍ଦରର ସପିଂ ସ୍ଥାନରେ ଛାଡ଼ି ଦେଇ ଚାଲି ଯାଇଥିବା ଖବର ମିଳିଛି। ସେତିକି ନୁହେଁ, ବ୍ୟାଙ୍କକ ଯାଉଥିବା ବିମାନରେ ବସିବା ପାଇଁ େଓ୍ଵଟିଙ୍ଗ ଏରିଆରେ ଯାଇ ପହଞ୍ଚି ଯାଇଥିଲେ।
ସୌଭାଗ୍ୟବଶତଃ ସମୟ ପୂର୍ବରୁ ଆଠବର୍ଷର ଶିଶୁଟି ସିଆଇଏସ୍ଏଫ୍ ଯବାନଙ୍କ ଆଖି ପଡ଼ି ଯାଇଥିଲା। ସିଆଇଏସ୍ଏଫ୍ ସିସିଟିଭି କ୍ୟାମେରା ସାହାଯ୍ୟରେ ଉକ୍ତ ଶିଶୁର ପିତାଙ୍କ ସୂଚନା ପାଇ ବିମାନ ଉଡିବା ପୂର୍ବରୁ ପିତା ଓ ପୁତ୍ରକୁ ମିଳାଇଥିଲେ।
/sambad/media/post_attachments/wp-content/uploads/2019/06/article-2644334-1E57FD3E00000578-884_634x432.jpg)
ସିଆଇଏସ୍ଏଫ୍ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ରାତି ପାଖାପାଖି ୧୦.୩୦ରେ ସିଆଇଏସ୍ଏଫ୍ ଇଣ୍ଟେଲିଜେନ୍ସର କର୍ମଚାରୀ ଆଠବର୍ଷର ଶିଶୁକୁ ଇଣ୍ଟରନ୍ୟାସନାଲ ରିଟେଲ ଏରିଆସ୍ଥିତ ଜିଏମ୍ଆର ହେଲପ୍ ଡେସ୍କ ପାଖାପାଖି କାନ୍ଦୁଥିବା ଦେଖିବାକୁ ପାଇଥିଲେ। ଶିଶୁ ସହିତ କଥା ହେବା ପରେ ସିଆଇଏସ୍ଏଫ୍ ଯବାନ ଜାଣିବାକୁ ପାଇଲେ କି ଶିଶୁଟି ତା’ ପିତା ଠାରୁ ଅଲଗା ହୋଇଯାଇଛି।
ଏହି ମାମଲାକୁ ଗମ୍ଭୀରତା ସହ ନେଇ ସିଆଇଏସ୍ଏଫ୍ ଇଣ୍ଟେଲିଜେନ୍ସ ଷ୍ଟାଫ୍ ସିସିଟିଭି ଫୁଟେଜ ଦେଖିବା ଆରମ୍ଭ କରିଥିଲେ। ଏଥିରେ ଶିଶୁ ସହିତ ଜଣେ ବ୍ୟକ୍ତି ଥାଇ ଏୟାରେଓ୍ଵଜ କାଉଣ୍ଟର ପାଖରେ ଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସିଆଇଏସ୍ଏଫ୍ ଅଧିକାରୀ ଥାଇ ଏୟାରେଓ୍ଵଜ ଅଧିକାରୀଙ୍କ ସହିତ ସମ୍ପର୍କ କରିଥିଲେ। ସେଠାରୁ ଶିଶୁର ପିତାଙ୍କ ପରିଚୟ ମିଳିଥିଲା।