ଅପ୍ରାକୃତିକ ଦୈହିକ ସମ୍ପର୍କ ବାବଦ ଅର୍ଥ ପାଇଁ ‘ଇସ୍ରୋ’ ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଥିଲା: ପୁଲିସ

ହାଇଦ୍ରାବାଦ: ଅପ୍ରାକୃତିକ ଯୌନାଚାର ବାବଦ ପ୍ରାପ୍ୟ ଅର୍ଥ ନିମନ୍ତେ ବିବାଦ ହେବାରୁ ‘ଇସ୍ରୋ’ର ‘ନ୍ୟାସ୍‌ନାଲ୍‌ ରିମୋଟ୍‌ ସେନ୍‌ସିଙ୍ଗ୍‌ ସେଣ୍ଟର୍‌’ର (ଏନ୍‌ଆର୍‌ଏସ୍‌ସି) ଜଣେ ବୈଜ୍ଞାନିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଶୁକ୍ରବାର ଦିନ ଜଣେ ୩୯ ବର୍ଷିୟ ଲାବ୍ରୋଟରି ଟେକ୍ନିସିଆନ୍‌ଙ୍କୁ ହାଜତକୁ ନିଆଯାଇଛି।

ଅକ୍ଟୋବର ପହିଲାରେ ୫୬ ବର୍ଷିୟ ଏସ୍‌ ସୁରେଶ କୁମାର ତାଙ୍କ ଆପାର୍ଟମେଣ୍ଟ୍‌ରେ ମରି ପଡ଼ିଥିବା ଦେଖାଯାଇଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖାଯାଇଥିଲା।

ପରିବାର ଅନ୍ୟତ୍ର ଦୂରରେ ରହୁଥିବାରୁ ‘ଏନ୍‌ଆର୍‌ସି’ ଟେକ୍ନିକାଲ୍‌ ଏକ୍ସ୍‍ପର୍ଟ ସୁରେଶ ଏକାକୀ ରହୁଥିଲେ।

Image Source: India Today

ପ୍ରେସ୍‌ ରିଲିଜ୍‌ରେ ସିଟି ପୁଲିସ କମିସନର୍‌ ଅଞ୍ଜନୀ କୁମାର କହିଛନ୍ତି: ନିଃସଙ୍ଗତା ସୁଯୋଗ ନେଇ ରକ୍ତ ନମୁନା ସଂଗ୍ରହ କରିବା ବାହାନାରେ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌ରେ କାର୍ଯ୍ୟ କରୁଥିବା ସନ୍ଦିଗ୍ଧଜଣକ ତାଙ୍କର ଅନ୍ତଃରଙ୍ଗ ହୋଇଯାଇଥାଇ ପାରେ। ନିଃସଙ୍ଗତା ଏବଂ ଅପ୍ରାକୃତିକ ଯୌନାଚାର ଲାଳସାର ପ୍ରତିବଦଳରେ ସନ୍ଦିଗ୍ଧ ତାଙ୍କୁ ଆର୍ଥିକ ଶୋଷଣ କରୁଥିଲେ।

ଆଶାନୁରୂପକ ଅର୍ଥ ନ ପାଇବାରୁ ସେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସେ ଛୁରିଟାଏ କିଣି ସେପ୍ଟେମ୍ବର ୩୦ ତାରିଖ ଦିନ ଫ୍ଲାଟ୍‌କୁ ଯଇଥିଲେ। ବୈଜ୍ଞାନିକଙ୍କ ସହ କିଛି ସମୟ ବିତାଇବା ପରେ ଦୈହିକ ସମ୍ପର୍କ ରଖିଥିଲେ ଓ ତା’ପରେ ତାଙ୍କ ମୁଣ୍ଡରେ ଛୁରାମାଡ଼ କରି ଥିଲା।

ଖବର ପାଇ ଚେନ୍ନାଇରେ ରହୁଥିବା ସୁରେଶଙ୍କ ପତ୍ନୀ ଆସି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତିନିଟି ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌ ଏବଂ ମୃତ ସୁରେଶ ଏବଂ ଅଭିଯୁକ୍ତଙ୍କ ମୋବାଇଲ୍‌ ଡାଟା ଯାଞ୍ଚ କରିବା ପରେ ସନ୍ଦିଗ୍ଧ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର