ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇସ୍ରୋ) ‘ନ୍ୟାସ୍‌ନାଲ୍‌ ରିମୋଟ୍‌ ସେନ୍‌ସିଙ୍ଗ୍‌ ସେଣ୍ଟର୍‌’ର (ଏନ୍‌ଆର୍‌ଏସ୍‌ସି) ଜଣେ ବୈଜ୍ଞାନିକଙ୍କୁ ତାଙ୍କ ହାଇଦ୍ରାବାଦସ୍ଥିତ ହତ୍ୟା କରାଯାଇଥିବା କଥା ମଙ୍ଗଳବାର ଦିନ ଜଣାପଡ଼ିଛି।

Advertisment

ସହର ମଧ୍ୟସ୍ଥଳରେ ଥିବା ଅମୀରପେତ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟ୍‌ସ୍ଥିତ ତାଙ୍କ ଫ୍ଲାଟ୍‌ରେ ଅଜ୍ଞାତ ବ୍ୟକ୍ତିମାନେ ୫୬ ବର୍ଷିୟ ଏସ୍‌. ସୁରେଶଙ୍କୁ ହତ୍ୟା କରିଥିବା କଥା କୁହାଯାଉଛି।

କେରଳନିବାସୀ ସୁରେଶ ସେ ଫ୍ଲାଟ୍‌ରେ ଏକାକୀ ରହୁଥିଲେ। ମଙ୍ଗଳବାର ଦିନ ସେ ଅଫିସକୁ ନ ଯିବାରୁ ତାଙ୍କର ସହକର୍ମୀମାନେ ତାଙ୍କ ମୋବାଇଲ୍‌ ନମ୍ବରକୁ ଫୋନ୍‌ କରିଥିଲ। କୌଣସି ଉତ୍ତର ନ ମିଳିବାରୁ ସେମାନେ ଚେନ୍ନାଇରେ ବ୍ୟାଙ୍କ୍‌ କର୍ମଚାରିଣୀ ଥିବା ତାଙ୍କ ପତ୍ନୀ ଇନ୍ଦିରାଙ୍କୁ ଜଣାଇଥିଲେ।
ପରିବାରର କେତେକ ସଦସ୍ୟଙ୍କ ସହ ଇନ୍ଦିରା ହାଇଦ୍ରାବାଦକୁ ଯାଇ ଥାନାରେ ଏ କଥା ଜଣାଇଲେ। ସେମାନେ ଫ୍ଲାଟ୍‌ ଦ୍ୱାର ଭାଙ୍ଗି ଭିତରେ ସୁରେଶ ମରି ପଡ଼ିଥିବା ଦେଖିଥିଲେ।

publive-image Image Source: Hindustan Times

କୌଣସି ଓଜନିଆ ଜିନିଷରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ପୁଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ନିମନ୍ତେ ଶବ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେଠାରୁ ପୁଲିସ କିଛି ଟେର୍‌ ପାଇଛି। ମାମଲାର ତଦନ୍ତ କରିବାକୁ ଆପାର୍ଟମେଣ୍ଟ୍‌ ପରିସରର ସିସିଟିଭି ଫୁଟେଜ୍‌ ଯାଞ୍ଚ ଚାଲିଥିବା କଥା ପୁଲିସ କହୁଛି।

୨୦ ବର୍ଷ ହେବ ସୁରେଶ ହାଇଦ୍ରାବାଦରେ ରହୁଥିଲେ। ତାଙ୍କ ପତ୍ନୀ ମଧ୍ୟରେ ହାଇଦ୍ରାବାଦ ସହରରେ କାମ କରୁଥିଲେ, କିନ୍ତୁ ୨୦୦୫ରେ ଚେନ୍ନାଇକୁ ତାଙ୍କର ବଦଳି ହୋଇ ଯାଇଥିଲା।

ତାଙ୍କର ପୁଅ ଆମେରିକାରେ ଏବଂ ଝିଅ ଦିଲ୍ଲୀରେ ବାସ କରୁଛନ୍ତି।