ନୂଆଦିଲ୍ଲୀ: ଆଇଟିଆଇର ଛାତ୍ର ପରୀକ୍ଷା ଦେଇ ହଲରୁ ବାହାରୁ ଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଅନ୍ୟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରିବା ଜରୁରୀ ଦରକାର ପଡ଼ିଲା । ଆମ୍ବୁଲାନ୍ସ ପାଇଁ  ତାଙ୍କ ପରିଜନ ଫୋନ୍‌ କରିବାରୁ ତାଙ୍କୁ କୁହାଯାଇଥିଲା କି ଆମ୍ବୁଲାନ୍ସ ଭିଭିଆଇପି ଡିୟୁଟିରେ ଲାଗିଛି। ଏଥିପାଇଁ ଆମ୍ବୁଲାନ୍ସ ମିଳି ପାରିବ ନାହିଁ। କିଛି ସମୟ ପରେ ଛାତ୍ରର ମୃତ୍ୟୁ ହୋଇଯାଇଥିଲା।

Advertisment

publive-image

ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ଜିଲ୍ଲାରେ ଘଟିଛି। ୧୭ବର୍ଷର ଆଇଟିଆଇ ଛାତ୍ର ଟି.ରାକେଶ କଲେଜରୁ ପରୀକ୍ଷା ଦେଇ ବାହାରୁ ଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ଗନ୍ନାବରମ୍‌ର ସ୍ଥାନୀୟ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସା ପାଇଁ ଆବଶ୍ୟକୀୟ ସାମଗ୍ରୀ ନଥିବାରୁ ଡାକ୍ତର ତାଙ୍କୁ ବିଜୟଓ୍ଵାଡା ସରକାରୀ ହସ୍‌ପିଟାଲକୁ ସ୍ଥାନାନ୍ତର କରି ଦେଇଥିଲେ। ତେବେ ଏହି ହସ୍‌ପିଟାଲ୍‌କୁ ଯିବା ପାଇଁ ପରିବାରଲୋକ ୧୦୮ ନମ୍ବରରେ ଜରୁରୀକାଳିନ ଆମ୍ବୁଲାନ୍ସ ସେବା ପାଇଁ ଫୋନ୍‌ କରିଥିଲେ। କିନ୍ତୁ ସେମାନେ ଆମ୍ବୁଲାନ୍ସ ଭିଭିଆଇପି ଡିୟୁଟିରେ ଲାଗିଥିବାରୁ ଦିଆଯାଇ ପାରିବନି ବୋଲି ମନା କରି ଦେଇଥିଲେ। ଏହାପରେ ଘରୋଇ ଆମ୍ବୁଲାନ୍ସର ବନ୍ଦୋବସ୍ତ କରୁଥିବା ସମୟରେ ଛାତ୍ରର ମୃତ୍ୟୁ ହୋଇଯାଇଥିଲା।