ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରର ଚରଗ୍ରାମ ପୁଲିସ ଷ୍ଟେସନ ଅଞ୍ଚଳରୁ ଅକ୍ଟୋବର ୩୦ ତାରିଖରେ ଜଣେ ଆଦିବାସୀ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ମୃତକଙ୍କ ନାମ ମନୋଜ ସିଂହ ବୋଲି ଜଣାପଡ଼ିଛି।
ମନୋଜଙ୍କ ମୃତଶରୀର ଗ୍ରାମ ନିକଟସ୍ଥ ଏକ ଜିମରୁ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମନୋଜ ଅତି ସରଳ ମଣିଷ ଥିଲେ କେବେ ବି ତାଙ୍କର କାହାରି ସହିତ ଝଗଡ଼ା ହୋଇନାହିଁ। ଏମିତି କି ଆଜି ପର୍ଯ୍ୟନ୍ତ ସେ କାହାରି ସହିତ ଉଚ୍ଚସ୍ବରରେ କଥା ବି ହୋଇ ନାହାନ୍ତି। ଏଭଳି କ୍ଷେତ୍ରରେ ମନୋଜଙ୍କୁ କିଏ ହତ୍ୟା କରିଛି ତାହା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା।
ପୁଲିସ ଏହି ହତ୍ୟା ସହ ଜଡ଼ିତ ସମସ୍ତ ଦିଗରୁ ଅନୁସନ୍ଧାନ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ୫୦ ଜଣଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ଜଣାପଡ଼ିଥିଲା ମନୋଜ ସିଂଙ୍କୁ ଶେଷ ଥର ପାଇଁ ତାଙ୍କ ଭଣଜା ଧରମ ସିଂ ସହ ଦେଖିବାକୁ ମିଳିଥିଲା। କିନ୍ତୁ ଧରାମ ସିଂ ଉପରେ କାହାରି ସନ୍ଦେହ ନଥିଲା। କାରଣ ପୁଲିସ ଯାଞ୍ଚରେ ସମ୍ପୂର୍ଣ୍ଣ ଭାବେ ସେ ସହଯୋଗ କରୁଥିଲା।
ମନୋଜ ସିଂହଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ସମୟରେ ସିସି ସୁନୀଲ ନେମା ଏବଂ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଅଭିଷେକ ପ୍ୟାସିଙ୍କ ନଜର ଧରାମ ସିଂ ପିନ୍ଧିଥିବା ପୋଷାକ ଉପରେ ପଡ଼ିଥିଲା। କାରଣ ଧରାମ ସିଂ ଯେଉଁଠାରେ ବସୁଥିଲା ତାର ପୋଷାକରେ ମାଛି ବସୁଥିଲା। ସେଠାରେ ବସିଥିବା ଅନ୍ୟ କାହାରି ପୋଷାକରେ ମାଛି ବସିବା ଦେଖିବାକୁ ମିଳୁ ନଥିଲା।
ଏହାକୁ ଦେଖି ପୁଲିସ କର୍ମଚାରୀମାନେ ଧରାମ ସିଂଙ୍କ ଉପରେ ସନ୍ଦେହ କରି ପୋଷାକ ଖୋଲିବାକୁ କହିଥିଲେ। ପୋଷାକ ଖୋଲିବା ପରେ ସେଥିରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ପଚରାଉଚରା ପରେ ଧରାମ ସିଂ ପୁଲିସ ସାମ୍ନାରେ ମନୋଜ ସିଂଙ୍କୁ ହତ୍ୟା କରିଥିବା ଶିକାର କରିଥିଲା।
ଜବଲପୁର ଅତିରିକ୍ତ ଏସପି ସୋନାଲି ଦୁବେ କହିଛନ୍ତି,‘ ଯେ ଧରାମ ସିଂକୁ ମାତ୍ର ୧୯ ବର୍ଷ ବୟସ। ତାର କୌଣସି ଅପରାଧିକ ପୃଷ୍ଠଭୂମି ନାହିଁ କିନ୍ତୁ ମଦ ନିଶାରେ ସେ ତାର ମାମୁଁ ମନୋଜ ସିଂଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି।