ବେଆଇନ୍‌ ମାରଣାସ୍ତ୍ର ରଖିବା ଓ ପୁଲିସ୍‌ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇବା ମାମଲାରେ ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌

କଟକ: ଧଳ ସାମନ୍ତ ବ୍ରଦର୍ସଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଅପରାଧିକ ମାମଲା ମଧ୍ୟରୁ ଗୋଟିଏ ମାମଲାର ଶୁଣାଣି କାରିଛନ୍ତି କଟକ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌। ବେଆଇନ୍‌ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଏହାର ବ୍ୟବହାର କରିବା ଅପରାଧରେ ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ୧୯୯୯ ମସିହାରେ ବିଡ଼ାନାସୀରେ ସୁଶାନ୍ତ ଜଣେ ପୁଲିସ୍‌ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ମାମଲା ଲାଗି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା ବେଳେ ବେଆଇନ୍‌ ଭାବେ ମାରଣାନ୍ତ୍ର ରଖିଥିବା ଅପରାଧରେ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କଟକ ସିଜିଏମ୍‌ କୋର୍ଟ। ଉଲ୍ଲେଖଯୋଗ୍ୟ କି, ଧଳସାମନ୍ତ ବ୍ରଦର୍ସ ବିରୋଧରେ ଏହା ହେଉଛି ପ୍ରଥମ ଦଣ୍ଡାଦେଶ।

ସମ୍ବନ୍ଧିତ ଖବର