ଡାକ୍ତରଙ୍କ ଧମକ : ଟଙ୍କା ନ ଦେଲେ ଗୋଡ଼ରୁ କାଢ଼ିଦେବି ରଡ୍

ଜୟପୁର : ରାଜସ୍ଥାନରେ ଥିବା ଏକ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀଙ୍କ ସହ ଦୁର୍ବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ କେଇ ଟଙ୍କା ପାଇଁ ଡାକ୍ତର ରୋଗୀଙ୍କୁ ଧମକ ଦେବା ଖବରକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଦୁର୍ବ୍ୟବହାର କରୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ଲୋକେ ସେୟାର କରିବା ସହ ଡାକ୍ତରଙ୍କୁ ଉଚିତ୍‌ ଦଣ୍ଡ ଦିଆଯାଉ ବୋଲି ଦାବି କରିବା ଆରମ୍ଭ କରିଛନ୍ତି ।

Image result for doctor
National Institute on Aging

ଭାଇରାଲ ହୋଇଥିବା ଭିଡିଓରେ, ସବାଇ ମାନ୍‌ସିଂହ ଡାକ୍ତରଖାନାର ଡାକ୍ତର ନବିନ୍ଦୁଙ୍କ ଜଣେ ରୋଗୀର ପରିବାର ସହ ଝଗଡ଼ା କରୁଥିବା ଦେଖାଯାଇଛି । ଅଧିକ ଟଙ୍କା ମାଗୁଥିବାରୁ ଡାକ୍ତରଙ୍କୁ ରୋଗୀଙ୍କ ପରିବାର ଲୋକେ ଟଙ୍କା ଦେବାକୁ ମନା କରି ଦେଉଛନ୍ତି । ଯାହା ପରେ ଡାକ୍ତର ରାଗରେ ରୋଗୀଙ୍କ ଗୋଡ଼ରେ ଲାଗିଥିବା ଲୁହା ରଡ଼୍‍କୁ କାଢ଼ିଦେବି ବୋଲି ଧମକ ଦେଉଛନ୍ତି । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ବଢ଼ୁଥିବା ଆକ୍ରୋଶକୁ  ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ଏ ନେଇ ଯାଞ୍ଚ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧିତ ଖବର