ଜୟପୁର: ଜୟପୁରର ଏକ ପ୍ରତିଷ୍ଠିତ ହସ୍ପିଟାଲରେ କାମ କରୁଥିବା ନର୍ସ ଡାକ୍ତରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଭୟଭୀତ କରି ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ପୁଲିସ ପୀଡିତାଙ୍କୁ ଡାକ୍ତରି ମାଇନା ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।
ଶାସ୍ତ୍ରୀ ନଗର ଥାନାଅଧିକାରୀ ଦିଲିପ ସିଂ ଘଟଣାର ଯାଞ୍ଚ କରୁଛନ୍ତି। ପୀଡିତା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଡାକ୍ତର ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଡାକ୍ତର ନାମ ମୁରାରି ଭି ରେଜିଡେଣ୍ଟ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୀଡିତା ହସ୍ପିଟାଲରେ ନର୍ସ ଭାବେ କାମ କରନ୍ତି। ତାଙ୍କର ରାତି ଡିୟୁଟି ପଡ଼ିଥିବା ସମୟରେ ଡାକ୍ତର ମୁରାରି ଭି ରେଜିଡେଣ୍ଟ ଆସି କିଛି ସମୟ କଥା ହୋଇଥିଲେ। ଏହାପରେ ସେ ନର୍ସଙ୍କୁ ଖରାପ ବ୍ୟବହାର କରିବା ସହିତ ଏକ ରୁମକୁ ଜୋରଜବରଦସ୍ତ ନେଇ ଯାଇଥିଲେ। ସେଠାରେ ନର୍ସଙ୍କୁ ଧମକାଇ ଦୁଷ୍କର୍ମ କରିଥିଲେ। ଆଉ ଏବିଷୟରେ ଯଦି ସେ କାହାରିକୁ ଜଣାନ୍ତି ତେବେ କିଛି ଭଲ ହେବ ନାହିଁ ବୋଲି ଡାକ୍ତର ନର୍ସକୁ ଚମକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Untitled-1-copy-17.jpg)