ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧରର ଜଣେ ଯୁବତୀଙ୍କ ରିଲ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ରିଲ୍ସ ଚର୍ଚ୍ଚାକୁ ଆସିବ‌ାର କାରଣ ହେଉଛି ଭିଡିଓରେ ପଞ୍ଜାବ ପୁଲିସର ଗାଡି ବ୍ୟବହାର କରାଯାଇଛି।

Advertisment

ଏହି ଭାଇରାଲ୍ ଭିଡିଓରେ ଜଣେ ଯୁବତୀ ଏକ ଜନଗହଳିପୂର୍ଣ୍ଣ ବଜାରରେ ଏସଏଚଓର ସରକାରୀ ଗାଡି ଉପରେ ବସି ନାଚୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଭିଡିଓରେ ଯୁବତୀ ଜଣକ ନିଜକୁ ସିଂହୀ ବୋଲି କହି କହୁଛନ୍ତି, 'ମୁଁ ସିଂହ, ମୁଁ ସିଂହୀ।' ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ବି  ପୁଲିସ ଉକ୍ତ ଯୁବତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ବି ରିଲ୍ସ କରି ଉକ୍ତ ଯୁବତୀ ବିବାଦରେ ଛନ୍ଦି ହୋଇଥି‌ଲେ। କିଛିଦିନ ତଳେ ସେ ଭିଡିଓ କରିବା ପାଇଁ ଗୁଳି ବି ଫୁଟାଇଥିଲେ। ଏହାପରେ ବି ତାଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ବୋଲି ଜଣାପଡ଼ିଛି।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଜଳନ୍ଧର ପୁଲିସ ଷ୍ଟେସନର ଏସଏଚଓ ଅଶୋକ କୁମାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଉଚ୍ଚ ଅଧିକାରୀ ପଚରାଉଚରା କରୁଛନ୍ତି । କିପରି ଭାବେ ଯୁବତୀ ଏସଏଚଓ ଗାଡ଼ି ଉପରେ ବସି ଏଭଳି ନିର୍ଭୟରେ ରିଲ୍ସ କେଲେ ସେନେଇ ଏସଏଚଓ ଅଶୋକ କୁମାରଙ୍କୁ ଜେରା ଚାଲିଛି।