ପାଟ୍‌ନା: ସଂପର୍କର ମର୍ଯ୍ୟ‌ାଦାକୁ ନବୁଝି ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଶାଶୂଙ୍କ ପ୍ରେମରେ ମସ୍‌ଗୁଲ୍‌ ଥିବା ଜଣେ ଜ୍ବାଇଁଙ୍କୁ ଗ୍ରାମବାସୀ ଉଚିତ ଶାସ୍ତି ଦେଇଛନ୍ତି।

Advertisment

ଜାଣିବାକୁ ମିଳିଛି ‌ଯେ ବିବାହରର ଜମୁଇର ଜଣେ ଯୁବକ ନିଜ ମାଉସୀ ଶାଶୂଙ୍କୁ ପ୍ରେମ କରି ବସିଲେ। ମାଉସୀ ଶାଶୂଙ୍କୁ ବି ଜ୍ବାଇଁ ଭାରି ପସନ୍ଦ ଥିଲା। ଯାହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଲା। ତା’ପରେ ଦୁହେଁ ଘର ଲୋକଙ୍କୁ ଲୁଚି ଅନ୍ଧାରରେ ପରସ୍ପରଙ୍କୁ ଭେଟିବାକୁ ଲାଗିଲେ। ହେଲେ ଦିନେ ଏ ସଂପର୍କରେ ଯୁବକଙ୍କ ପତ୍ନୀ ଜାଣିବାକୁ ପାଇଲେ। ସେ ଜାଣିବା ପରେ ଗାଁ ଲୋକଙ୍କ ସହ ମିଶିକରି ଯୁବକଙ୍କୁ ଖୁବ୍‌ ମାରଧର କରିଛନ୍ତି।

ମାମଲା ଲକ୍ଷ୍ମୀପୁର ଥାନାର କଲା ଗ୍ରାମର। ଅଭିଯୁକ୍ତ ସୁନୀଲଙ୍କ ପ୍ରେମ କାହାଣୀ ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶାଶୂ-ଜ୍ବାଇଁଙ୍କ ମଧ୍ୟରେ କିପରି ପ୍ରେମ ସଂପର୍କ ହୋଇପାରେ ବୋଲି ସଭିଙ୍କୁ ଏକଥା ଆଶ୍ଚର୍ଯ୍ୟ ଲାଗିଛି। ଦିନେ ଜ୍ବାଇଁ ରାତିରେ ତାଙ୍କ ମାଉସୀ ଶାଶୂଙ୍କ ଦେଖା କରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆଖିରେ ପଡ଼ିଥିଲେ।

ଗାଁ ଲୋକ ଶାଶୂ-ଜ୍ବାଇଁଙ୍କୁ ଅସଂଯତ ଅବସ୍ଥାରେ ଦେଖି ଯୁବକଙ୍କ ପତ୍ନୀଙ୍କୁ ଖବର ଦେଇଥିଲେ। ଯୁବକଙ୍କ ପତ୍ନୀ ଘଟଣାସ୍ଥଳ‌ରେ ପହଞ୍ଚି ଗାଁ ଲୋକଙ୍କ ସାହାଯ୍ୟରେ ଯୁବକଙ୍କୁ ଏକ ଗଛରେ ବାନ୍ଧି ପକାଇଥିଲେ। ତା’ପରେ ସେ ଯୁବଙ୍କୁ ବିଧା, ଚାପୁଡ଼ା ମାରିବାକୁ ଲାଗିଲେ। ଏପରିକି ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଚପଲରେ ପିଟିବାକୁ ବି ପଛାଇଲେ ନାହିଁ।