ଜନମଙ୍ଗଳ ଆଗ୍ରୋ କେୟାର ଠକେଇ: ନିର୍ଦେଶକ ଗିରଫ

ଭୁବନେଶ୍ୱର : ଜନମଙ୍ଗଳ ଆଗ୍ରୋ ଠକେଇ ଘଟଣାରେ ସିବିଆଇ ଆଜି ଏହାର ଅନ୍ୟତମ ନିର୍ଦେଶକଙ୍କୁ ଗିରଫ କରିଛି। ତାଙ୍କ ନାଁ ବିଜୟ କୁମାର ବେହେରା। ଘର ଯାଜପୁର ପାଣିକୋଇଲି ଥାନା ଅଧୀନ ଈଶ୍ୱରପୁର ଅଞ୍ଚଳରେ। ତାଙ୍କ ବିରୋଧରେ ୬ଲକ୍ଷ ଟଙ୍କାର ଚାରା ବଣ୍ଟନ ଦୁର୍ନୀତି ଅଭିଯୋଗ ଆସିଥିଲା। ପୂର୍ବରୁ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇଥିବା ବେଳେ ଆଜି ତାଙ୍କୁ ସିବିଆଇ ଗିରଫ କରିଛି।

ସମ୍ବନ୍ଧିତ ଖବର