ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ଗ୍ରାମର ଜାପାନୀ ଓରଫ ଲିଙ୍ଗରାଜ ସାହୁଙ୍କ (୧୯) ମୃତ୍ୟୁ ଘଟଣାର ଦୀର୍ଘ ୨୩ ଦିନ ପରେ ଆଜି ଉକ୍ତ ଥାନା ପୁଲିସ ସନ୍ଧ୍ୟାରେ ଅଭିଯୁକ୍ତ ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟା ମାମଲାରେ ପକ୍ଷଭୁକ୍ତ ଥିବା ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଯଶୁଆପୁର ଗ୍ରାମର ଟେଣ୍ଟ ମାଲିକ ହୃଦାନନ୍ଦ ମହାପାତ୍ର, କୈଳାଶ ମହାପାତ୍ର ଓ ପ୍ରେମାନନ୍ଦ ମହାପାତ୍ର। ତେବେ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିବା ୧୭ ବର୍ଷର ନାବାଳକକୁ ପୁଲିସ ଏବେ ନିଜ ହେପାଜତ୍ରେ ରଖିଥିବା ଜଣାପଡ଼ିଛି। ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଜାପାନୀଙ୍କ ମା’ ସୁଷମାଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ଥାନା କେସ୍ ନମ୍ବର ୯୪/୧୮ ଓ ଦଫା ୩୦୨ ରେ ଏ ସଂକ୍ରାନ୍ତୀୟ ମାମଲା ରୁଜୁ ହୋଇଥିଲା । ଗତମାସ ୨୧ ତାରିଖ ପୂର୍ବାହ୍ନରେ ଯଶୁଆପୁର ସ୍କୁଲ ନିକଟରେ ଟାଟାଏସି ଧକ୍କାରେ ଜାପାନୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗ ରାହୁଲ ସାହୁ ଗୁରୁତର ଆହତ ହୋଇପଡ଼ିଥିଲେ। ଜାପାନୀଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମାଆ ସୁଷମା ତାଙ୍କଏତଲାରେ ଦର୍ଶାଇଥିଲେ। ସାଇଣ୍ଟିଫିକ୍ ଟିମ୍ ସହିତ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ପର୍ଯ୍ୟାୟରେ ମାମଲାର ତଦନ୍ତ କରିଥିଲେ।
ଟଙ୍କପାଣି ଗ୍ରାମର ଜାପାନୀ ମୃତ୍ୟୁ ଘଟଣା : ଜେଲ୍ ଗଲେ ୩ ଭାଇ
/sambad/media/post_attachments/wp-content/uploads/2018/05/jail-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)