ମୁମ୍ବାଇ : ମୁମ୍ବାଇର ଓଶିବାରାରେ ରହୁଥିବା ଜଣେ ମହିଳା ଜ୍ୟୋତିଷ ଧାରାବାହିକ ଅଭିନେତାଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତଜଣଙ୍କ ଦୁଷ୍କର୍ମ କରିବା ସହ ଭିଡିଓ ତିଆରି କରିଥିଲେ । ପରେ ସେହି ଭିଡିଓ ଜରିଆରେ ବ୍ଲାକ୍ମେଲ କରି ପୀଡ଼ିତାଙ୍କଠାରୁ ଟଙ୍କା ମଧ୍ୟ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା । ମାମଲା ରୁଜୁ କରି ପୁଲିସ ଏବେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2019/05/sadhguru-isha-wisdom-article-image-what-is-the-reason-for-rape-youth-and-truth-1-300x180.jpg)
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଦୁହେଁ ଏକ ଡେଟିଂ ଆପ୍ରେ ଦେଖା ହୋଇଥିବା ବେଳେ ଧୀରେ ଧୀରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ । କିଛି ଦିନ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ନିଜ ଘରକୁ ଡ଼କାଇ ବିବାହ କରିବା କଥା କହିବା ସହ ନଡ଼ିଆ ପାଣିରେ ପୀଡ଼ିତାଙ୍କୁ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ସହ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ପରେ ସେହି ଭିଡିଓ ଦେଖାଇ ଅଭିଯୁକ୍ତ ପୀଡ଼ିତାଙ୍କୁ ବ୍ଲାକ୍ମେଲ କରିବା ସହ ଟଙ୍କା ମାଗି ଚାଲିଥିଲେ । ପୀଡ଼ିତା ବିବାହ କଥା ପଚାରିବା ପରେ ତାଙ୍କୁ ମାଡ଼ ମାରିବା ସହ କାହାକୁ ନ ଜଣାଇବା ପାଇଁ ଧମକାଇଥିଲେ ଅଭିଯୁକ୍ତ । ୨-୩ଥର ଅଭିଯୁକ୍ତଙ୍କୁ ଟଙ୍କା ଦେବା ପରେ ଶେଷରେ ପୁଲିସରେ ଅଭିଯୋଗ କରିଥିଲେ ପୀଡ଼ିତା ।