ଜି.ଉଦୟଗିରି : ମଥାରେ ସିନ୍ଦୂର ଦେଇ ଶେଷରେ କଳଙ୍କ ଧୋଇଛନ୍ତି ଯବାନ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାରେ କାମ କରୁଥିବା ଜନୈକା ହୋମଗାର୍ଡଙ୍କୁ ଦୁଷ୍କର୍ମ କରିଥିବା ଯବାନ ଶେଷରେ ସିନ୍ଦୂର ପିନ୍ଧାଇଛନ୍ତି । ଦୁଷ୍କର୍ମ ଅଭିଯୋଗ ହେବା ପରେ ବିହାର ରେଜିମେଣ୍ଟରେ କାର୍ଯ୍ୟରତ ଯବାନ ଟୁଲୁ ପ୍ରଧାନକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା । ଏବେ ଏହି ମାମଲାର ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ଦୁଷ୍କର୍ମ ଅଭିଯୋଗ କରିଥିବା ମହିଳା ହୋମଗାର୍ଡଙ୍କୁ ଯବାନ ଜଣକ ମନ୍ଦିରରେ ବିବାହ କରି ପତ୍ନୀ ରୂପେ ଗ୍ରହଣ କରିଛନ୍ତି । ଉଭୟଙ୍କ ପରିବାର ଓ ପୋଲିସ ଉପସ୍ଥିତିରେ ଜି.ଉଦୟଗିରି ଥାନା ନିକଟ ତାରିଣୀ ମନ୍ଦିରରେ ଏହି ବିବାହ ହୋଇଥିଲା ।

Advertisment

publive-image

ଉଲ୍ଲେଖଯୋଗ୍ୟ କି ଜି. ଉଦୟଗିରି ସହରର ତେଲିସାହିରେ ମହିଳା ହୋମଗାର୍ଡ ଘର ଭଡ଼ା ନେଇ ରହୁଛନ୍ତି। ଜୁନ୍ ୧୫ ମଧ୍ୟ ରାତ୍ରୀରେ ମହିଳା ହୋମଗାର୍ଡ ଏକୁଟିଆ ଘରେ ଥିବା ବେଳେ ଟୁଲୁ ପ୍ରଧାନ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହିତ ତାଙ୍କ ଘରେ ପଶି ତାଙ୍କୁ ଯୋର ଜବରଦସ୍ତ ଛାତ ଉପରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ନେଇ ମହିଳା ହୋମଗାର୍ଡ ଜଣକ ଲିଖିତ ଅଭିଯୋଗ କରିବା ପରେ ଜି. ଉଦୟଗିରି ଥାନାରେ ଦଫା ୪୪୮,୩୪୧,୩୨୩,୩୫୪.୩୭୬,୧୧୪. ୫୦୬ ଓ୩୪ରେ ୫୦/୧୮ ନମ୍ବର ମାମଲା ରୁଜୁହୋଇଥିଲା।