ଆତ୍ମହତ୍ୟା କଲେ କର୍କଟ ପୀଡ଼ିତ ଜେଟ୍‌ ଏୟାର୍‌ଓଏଜ କର୍ମଚାରୀ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଳାରେ କର୍କଟରେ ପୀଡ଼ିତ ଜେଟ୍‌ ଏୟାର୍‌ଓଏଜ୍‌ର ଜଣେ ସିନିୟର୍‌ ଟେକ୍‌ନିସିଆନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୪୫ ବର୍ଷିଅ ମୃତକ ଶୈଳେଶ ସିଂହ ଏକ ଚାରି ମହଲା ବିଶିଷ୍ଟ କୋଠ ଉପରୁ ତଳକୁ ଡେଇଁପଡ଼ି ଶୁକ୍ରବାର ନିଜ ଜୀବନ ଦେଇଥିବା ପୁଲିସ୍‌ ଶନିବାର ସୂଚନା ଦେଇଛି।

ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ କର୍କଟ ପୀଡ଼ିତ ଶୈଳେଶ ନିଜର ରୋଗ ହେତୁ ସବୁବେଳେ ମନ ଦୁଃଖରେ ରହୁଥିଲେ। ଏପଟେ କମ୍ପାନି ପକ୍ଷରୁ ଦରମା ନମିଳିବା ତାଙ୍କୁ ଆହୁରି ଭାରାକ୍ରାନ୍ତ କରୁଥିଲା। ତେବେ, ଜେଟ୍‌ ଏୟାର୍‌େଓ୍ଵଏଜ୍‌ ତା’ର ପରିଚାଳନା ବନ୍ଦ କରିବା ପରେ ଏହା ହେଉଛି ପ୍ରଥମ ଏପରି ଘଟଣା। ଜାଣିବାକୁ ମିଳିଛି ଯେ ମୃତଙ୍କ ପୁଅ ମଧ୍ୟ ଜେଟ୍‌ ଏୟାର୍‌ଓଏଜ୍‌ର ଜଣେ କର୍ମଚାରୀ। ସିଂହ ତାଙ୍କ ପତ୍ନୀ, ଦୁଇ ଜଣ ପୁଅ ଓ ଦୁଇ ଜଣ ଝିଅଙ୍କୁ ଛାଡ଼ି ଚାଲି ଯାଇଥିବା ଜାଣିବାକୁ ମିଳିଛି।

ଏହି ଦୁର୍ଘଟଣାଜନୀତ ମୃତ୍ୟୁ ପରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର