ଜାମ୍ସେଦ୍ପୁର: ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ଚାଈବାସାରେ ଜଣେ ୨୬ ବର୍ଷୀୟ ସଫ୍ଟ୍ୱେର୍ ଇଞ୍ଜିନିୟର୍ଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୧୦ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।
ଏକ ପ୍ରସିଦ୍ଧ ‘ଆଇଟି’ କମ୍ପାନିରେ ନିଯୁକ୍ତ ପୀଡ଼ିତା ଘରେ ଥାଇ କାର୍ଯ୍ୟ କରୁଥିଲେ। ଗତ ସନ୍ଧ୍ୟାରେ ସେ ତାଙ୍କ ବୟଫ୍ରେଣ୍ଡ୍ଙ୍କ ସହିତ ବିମାନ ବନ୍ଦର ପଡ଼ିଆକୁ ଯାଇଥିବା ବେଳେ ଏଭଳି ଭୟାବହ କାଣ୍ଡ ଘଟିଛି। ଆଜି ପୁଲିସ ‘ଏଫ୍ଆଇଆର୍’ ଦାଏର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗଣମାଧ୍ୟମକୁ ପଶ୍ଚିମ ସିଂହଭୂମ ଏସ୍ପି ଆଶୁତୋଷ ଶେଖର କହିଛନ୍ତି ଯେ, ତ୍ବରିତ ତଦନ୍ତ ନିମନ୍ତେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରାଯାଇଛି। ଏହି ଟିମ୍ର ନେତୃତ୍ବ ନେଇଛନ୍ତି ଏସ୍ଡିପିଓ ଦିଲୀପ ଖାଲ୍ଖୋ। ପଚରା ଉଚରା ପାଇଁ କେତେକ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ପୀଡ଼ିତା ହେଉଛନ୍ତି ଚାଈବାସାର ସଦର ଅଞ୍ଚଳ ବାସିନ୍ଦା। ଚାଈବାସା ସଦର ହସ୍ପିଟାଲ୍ରେ ପୁଲିସ ତାଙ୍କର ଡାକ୍ତରୀ ମାଇନା କରାଇଛି।
/sambad/media/post_attachments/wp-content/uploads/2022/10/rape1-1024x576.jpg)
ପୁଲିସ କହିଛି ଯେ, ସନ୍ଧ୍ୟା ପ୍ରାୟ ୫.୩୦ରେ ସେ ଏରୋଡ୍ରମ୍ ଗ୍ରାଉଣ୍ଡ୍ସ୍କୁ ଯାଇଥିଲେ ଏବଂ ଘଟଣା ପ୍ରାୟ ସନ୍ଧ୍ୟା ୭.୩୦ରେ ଘଟିଲା।
ଥାନାରେ କରିଥିବା ଅଭିଯୋଗରେ ପୀଡ଼ିତା କହିଛନ୍ତି ଯେ, ଏରୋଡ୍ରମ୍ ଗ୍ରାଉଣ୍ଡ୍ସ୍ରେ ୧୦ଜଣ ଅଚିହ୍ନା ଯୁବକ ସେ ଓ ତାଙ୍କ ବୟଫ୍ରେଣ୍ଡ୍ଙ୍କ ନିକଟରେ ପହଞ୍ଚି ଦୁହେଁ କାହିଁକି ଏଠାକୁ ଆସିଛ ବୋଲି ପଚାରିଥିଲେ। ତା’ପରେ ସେମାନଙ୍କ ମଧ୍ୟରୁ ୨ଜଣ ମୋର ବନ୍ଧୁଙ୍କୁ ମାରିବାରୁ ସେ ଭୟରେ ଘଟଣାସ୍ଥଳରୁ ଧାଇଁ ପଳାଇଗଲେ। ତା’ପରେ ସେମାନେ ମତେ ଗୋଟାଏ ନିକାଞ୍ଚନ ସ୍ଥାନକୁ ନେଇ ମୋ ସହିତ ବ୍ୟଭିଚାର କଲେ।
/sambad/media/post_attachments/wp-content/uploads/2022/10/rape-1.jpg)
ପୀଡ଼ିତାଙ୍କ ଅବସ୍ଥା ଖରାପ ହେବାରୁ ଦୁଷ୍କର୍ମକାରୀମାନେ ତାଙ୍କୁ ଛାଡ଼ି ପଳାଇଥିଲେ। ଗଲାବେଳେ ସେମାନେ ପୀଡ଼ିତାଙ୍କ ଫୋନ୍ ଓ ମନିବ୍ୟାଗ୍ ନେଇ ଯାଇଥିଲେ। କୌଣସିମତେ ପୀଡ଼ିତା ସ୍ଥାନୀୟ ଦୋକାନରେ ପହଞ୍ଚି ବାପାମାଆଙ୍କୁ ସୂଚନା ଦେଇଥିଲେ। ତା’ପରେ ପୁଲିସକୁ ଘଟଣା ସଂକ୍ରାନ୍ତରେ ଖବର ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Rape-Case-on-10-People_Thumbnail.jpg)