ଜୁଇରୁ ଉଠାଯାଇ ବ୍ୟବଚ୍ଛେଦ ପାଇଁ ନିଆଗଲା ନାବାଳିକାଙ୍କ ମୃତଦେହ, ବାପାଙ୍କ ବିରୋଧରେ ହତ୍ୟା ଅଭିଯୋଗ

ରାଞ୍ଚି: ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ବାପା ସାବତମାଆ ସହ ମିଶି ଜଣେ ୧୫ ବର୍ଷୀୟା ନାବାଳିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନାବାଳିକାଟିର ମୃତ୍ୟୁ ପରେ ଅନ୍ତିମ ସତ୍କାର ହେଉଥିବା ବେଳେ ନାବାଳିକାର ମାମୁଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ସତ୍କାର ରୋକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତ ନାବାଳିକା ଜଣକ ହେଉଛନ୍ତି ସୁଷମା କୁମାର। ତାଙ୍କ ଘର ପ୍ରତାପୁର ପୁଲିସ୍‌ ଷ୍ଟେସନ୍‌ ଅଧିନସ୍ଥ ନେଭି ଗ୍ରାମ‌ରେ। ସୂଚନାରୁ ଜାଣିବାକୁ ମିଳିଛି ଯେ ନାବାଳିକାର ମୃତ୍ୟୁ ପରେ ତାଙ୍କ ବାପା ପ୍ରମୋଦ ସ ଅନ୍ତିମ ସତ୍କାର ପାଇଁ ଖୁବ୍‌ ଶୀଘ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ। ନାବାଳିକାର ବାପା ଅନ୍ତିମ ସତ୍କାର ବେଳେ ଝିଅ ଶରୀରରେ ନିଆଁ ଲଗାଇବାକୁ ଯାଉଥିବା ବେଳେ ପୁଲିସ୍‌ ତାଙ୍କୁ ଅଟକାଇଥିଲା ଓ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ୍‌ ଷ୍ଟେସନ୍‌ ପଠାଇଥିବା ସୂଚନା ରହିଛି।

ପୁଲିସ୍‌ ଦେଇଥିବା ସୂଚନା ଅନୁସାରେ ନାବାଳିକାର ମାମୁ ପୁଲିସ୍‌ ଷ୍ଟେସନ୍‌ରେ ଆସି ଅଭିଯୋଗ କରିଛନ୍ତି କି ତାଙ୍କ ଭିଣୋଇ ଓ ଭିଣୋଇଙ୍କ ଦ୍ବିତୀୟ ପତ୍ନୀ ମିଶି ତାଙ୍କ ଭାଣିଜୀର ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର