୬ମାସ ପୂର୍ବେ ହତ୍ୟା କରାଯାଇଥିବା ଯୁବତୀ ଏବେ ଘରକୁ ଫେରିଛି

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଝାଡଖଣ୍ଡସ୍ଥିତ ରାଞ୍ଚିରେ ଜଣେ ୧୬ବର୍ଷୀୟ ନାବାଳିକାର ହତ୍ୟା ହୋଇଥିବା ସୂଚନା ଦେଇଥିଲା। ଏବେ ଉକ୍ତ ନାବାଳିକା ଘରକୁ ଫେରିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ୬ମାସ ପୂର୍ବରୁ ମଇ ମାସରେ କାମିନି (ଛଦ୍ମନାମ) ହତ୍ୟା ହୋଇଥିଲା। କିନ୍ତୁ କାମିନି ଗତ ସୋମବାର ରାଞ୍ଚିରେ ନିଜ ଘରକୁ ଫେରିଛି ଓ ତା’ ସହିତ ଘଟିଥିବା ସମସ୍ତ ଘଟଣାକୁ ବଖାଣିଛି।

ରାଞ୍ଚିର ଲାପୁଙ୍ଗା ପୁଲିସ ଷ୍ଟେସନ୍‌ରେ ଅଫିସ୍‌ ଇନ୍‌ଚାର୍ଜ ବିକାଶ କୁମାରଙ୍କ କହିବାନୁସାରେ, ଏକ ଶିଶୁ ଚାଲାଣ ର‍୍ୟାକେଟ ଜୁଲାଇ ମାସରେ କାମିନିକୁ ଚଣ୍ଡିଗଡ଼ରୁ ଚାକିରି ଦେବା ଲୋଭ ଦେଖାଇ ଉଠାଇ ନିଆଯାଇଥିଲା। ସେ ନୋଏଡାରେ ଜଣେ ଘରୋଇ ସହାୟିକା ଭାବେ କାମ କରୁଥିଲେ । ସେଠାରେ କାମିନି ଟିଭିରେ ନିଜ ହତ୍ୟା ଖବର ଶୁଣିଥିଲେ। ଏହାପରେ ସେ ତାଙ୍କ ମାଲିକକୁ କହିଥିଲେ, କିନ୍ତୁ ମାଲିକ ଏସବୁ କଥା ପୁଲିସକୁ ଲୁଚାଇ ଦେଇଥିଲା। ଦିନେ କାମିନି ନୋଏଡାରୁ ଲୁଚି ପୁଲିସ ପାଖରେ ପହଞ୍ଚି ସମସ୍ତ ଘଟଣା କହିବା ପରେ ପୁଲସ ଏନଜିଓକୁ ହସ୍ତାନ୍ତର କରିଥିଲା। ଏହାପରେ କାମିନି ଘରକୁ ସୁରକ୍ଷିତ ଭାବେ ପହଞ୍ଚି ପାରିଥିଲା। ରାଞ୍ଚି ପୁଲିସ ଦିଲ୍ଲୀ ପୁଲିସକୁ ଉକ୍ତ ନାବାଳିକା ଜୀବିତ ଥିବ କଥା ଖବର ଦେଇ କହିଥିଲା।

ଉଲ୍ଲେଖଯୋଗ୍ୟ, ମଇ ୪ ତାରିଖରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ନିହାଳ ବିହାର ଜଣେ ନାବାଳିକାର ଖଣ୍ଡବିଖଣ୍ଡ ଶବ ମିଳିଥିଲା। ସେହି ସମୟରେ ଦିଲ୍ଲୀ ପୁଲିସ ପରିଚୟ ପାଇଁ ଝାଡଖଣ୍ଡରୁ ଯୁବତୀଙ୍କ ଭାଇକୁ ଡକାଇ ଥିଲା। କମିନିଙ୍କ ଭାଇ ବି ସେହି ଖଣ୍ଡ ବିଖଣ୍ଡ ଶୀରର ନିଜ ଭଉଣୀର ବୋଲି ମାନିଥିଲେ। ତେବେ କାମିନି ଏବେ ଜୀବିତ ଥିବା ଜଣାପଡ଼ିବା ପରେ ଉକ୍ତ ଖଣ୍ଡ ବିଖଣ୍ଡ ଶରୀର କାହାର ଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର