ଲଜ୍ଜା: ଗଣଦୁଷ୍କର୍ମ ପାଇଁ ଉଦ୍ୟମ କରି ବିଫଳ ହେବା ପରେ ମହିଳାଙ୍କ ନଗ୍ନ ଭିଡିଓ ପ୍ରସ୍ତୁତ କଲେ ଦୁର୍ବୃତ୍ତ

ଜାମସେଦପୁର (ଝାଡ଼ଖଣ୍ଡ): ଓଡ଼ିଶା ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡର ଷଢ଼େଇକଳା ଖରସୁଆଁ ଜିଲ୍ଲାରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ଛଅ ସାତ ଜଣ ଅସାମାଜିକ ଯୁବକ ସଂଘବଦ୍ଧ ଭାବେ ଜଣେ ବିବାହିତା ମହିଳାଙ୍କ ସ୍ୱାମୀଙ୍କୁ ପଣବନ୍ଦୀ ରଖି ସଂପୃକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିବାକୁ ଉଦ୍ଦ୍ୟମ କରି ବିଫଳ ହେବାପରେ ମହିଳାଙ୍କୁ ଉଲଗ୍ନ କରି ତାଙ୍କର ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରିଛନ୍ତି। ଝାଡ଼ଖଣ୍ଡ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଘଟଣାରେ ସଂପୃକ୍ତ କୌଣସି ଅଭିଯୁକ୍ତ ଅପରାଧୀକୁ ଗିରଫ କରିବାରେ ଅଦ୍ୟାବଧି ସମର୍ଥ ହୋଇପାରି ନାହିଁ।

ଏହି ଘଟଣା ଘଟିଛି ଝାଡ଼ଖଣ୍ଡ ଷଢ଼େଇକଳା ଖରସୁଆଁ ଜିଲ୍ଲାର ଗମ୍‌ହାରିଆ ପୁଲିସ୍‌ ଥାନା ଅନ୍ତର୍ଗତ ବୀରରାଜପୁର ରେଳ ଷ୍ଟେସନ ଅଞ୍ଚଳରେ। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୀଡ଼ିତା ମହିଳା ଓ ତାଙ୍କ ସ୍ୱାମୀ ଗତ ରବିିବାର ସନ୍ଧ୍ୟାରେ କାମ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ୬ରୁ ୭ ଜଣ ଅସାମାଜିକ ଲୋକ ତାଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିଥିଲେ। ପରେ ଏକ ଜଙ୍ଗଲିଆ ସ୍ଥାନରେ ସେମାନେ ମହଳାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ପଣବନ୍ଦୀ ରଖି ମହିଳା ଜଣଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ହେଲେ, ମହିଳା ଜଣକ ପ୍ରବଳ ପ୍ରତିରୋଧ କରିବାରୁ ଅସାମାଜିକମାନେ ତାଙ୍କୁ ଦୁଷ୍କର୍ମ କରି ପରି ନଥିଲେ। ହେଲେ, ସେମାନେ ମିଳିତ ଭାବେ ମହିଳା ଜଣଙ୍କୁ ଏକ ବୁଦା ମୂଳକୁ ଟେକି ନେଇ ତାଙ୍କୁ ଉଲଗ୍ନ କରିଦେବା ସହ ତାଙ୍କର ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରିଥିଲେ। ପରେ, ଏ ଘଟଣା ସଂପର୍କରେ କାହାରିକୁ କିଛି ନ କହିବା ପାଇଁ ଧମକ ଦେଇ ଅସାମାଜିକ ଯୁବକମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ।

କିନ୍ତୁ, ଗାଁରେ ପହଞ୍ଚିବା ପରେ ଉଭୟେ ଘଟଣା ସଂପର୍କରେ ଗାଁ ମୁଖିଆଙ୍କୁ ଜଣାଇବା ସହ ତାଙ୍କ ସହ ଥାନାକୁ ଯାଇ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ଅପରାଧୀ ଉଜ୍ୱଳ ମାହାତୋ ବୋଲି ଚିହ୍ନଟ କରିଥିବା ବେଳେ, ଏହି ଘଟଣାରେ ଅଦ୍ୟାବଧି ଜଣକୁ ହେଲେ ଗିରଫ କରିବାରେ ସମର୍ଥ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର