ଚାଈବାସା: ଭାବୀସ୍ବାମୀଙ୍କ ସହିତ ବୁଲୁଥିବା ବେଳେ ଝାଡ଼ଖଣ୍ଡର ପଶ୍ଚିମ ସଂହଭୂମରେ ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁର୍ଷ୍କମର ସରବ୍ୟ ହୋଇଥିବା ଅଭିଯୋଗ ହୋଇଛି ବୋଲି ଶୁକ୍ରବାର ଦିନ ପୁଲିସ କହିଛି।

Advertisment

ପୁଲିସ କହିଛି, ଗୁରୁବାର ସନ୍ଧ୍ୟା ବେଳେ ଦୁହେଁ ବାହାରେ ଚାଲବୁଲ କରୁଥିବା ବେଳେ ମୁଫାସିଲ୍‌ ଥାନା ଅନ୍ତର୍ଗତ ବାରିଜଲ୍‌ ଗାଁ ନିକଟରେ ଘଟଣାଟି ଘଟିଛି। ଯୁବତୀଙ୍କ ସହିତ ଦୁଷ୍କର୍ମ କରି ସାରିବା ପରେ ଦୁର୍ବୃତ୍ତମାନେ ତାଙ୍କ ବ୍ୟାଗ୍‌ ଓ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ତାଙ୍କୁ ଏକ ନିକାଞ୍ଚନ ସ୍ଥାନରେ ଛାଡ଼ି ଫେରାର୍‌ ହୋଇ ଯାଇଥିଲେ।

ଯୁବତୀଙ୍କ ଭାବୀସ୍ବାମୀ କ‌ୌଣସି ମତେ ଘଟଣାସ୍ଥଳରୁ ଖସି ପଳାଇ ଆସି ପୁଲିସକୁ ଫୋନ୍‌ କରିଥିଲେ। ଅବିଳମ୍ବେ ଘଟଣାସ୍ଥଳକୁ ପୁଲିସ ଟିମ୍‌କୁ ପଠାଗଲା। ଦୁଷ୍କର୍ମ-ପୀଡ଼ିତାଙ୍କର ପ୍ରାଥମିକ ଉପଚାର କରାଯାଇ ଅଧିକ ଚିକିତ୍ସା ନିମନ୍ତେ ସଦର ହସ୍ପିଟାଲ୍‌କୁ ପଠାଇ ଦିଆଯାଇଥିବା କଥା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଶୁତୋଷ ଶେଖର କହିଛନ୍ତି।

ପୀଡ଼ିତାଙ୍କଠାରୁ ପାଇଥିବା ତଥ୍ୟାବଳି ଅନୁଯାୟୀ ଅଭିଯାନ ଆରମ୍ଭ କରି ଶୁକ୍ରବାର ଦିନ ପୁଲିସ କିତାଗୁଟ୍ଟୁ ଗ୍ରାମରୁ ୫ଜଣଙ୍କୁ ଗିରଫ କରିଛି ବୋଲି ସେ କହିଛନ୍ତି।

ଏହାଛଡ଼ା, ପୁଲିସ ବ୍ୟାଗ୍ ଓ ମୋବାଇଲ୍‌ ଫୋନ୍‌ ମଧ୍ୟ ଉଦ୍ଧାର କରିଛି। ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ବିଷୟରେ ସେ ସୂଚନା ଦେଇଛନ୍ତି।