କବିତା ଓ ୟୁଟ୍ୟୁବ୍‌ ଭିଡିଓ ଜରିଆରେ ଦୋଷୀ ସାବ୍ୟସ୍ତ ହେଲା ପାଗଳ ପ୍ରେମିକ; ନାବାଳିକାକୁ ହତ୍ୟା ଅଭିଯୋଗରେ ଯୁବକଙ୍କୁ ଆଜୀବନ କାରାଦଣ୍ଡ

ଜଣେ ୧୭ ବର୍ଷୀୟା  ଯୁବତୀକୁ ହତ୍ୟା କରିଥିବା ଦୋଷରେ ୧୯ ବର୍ଷିଅ ଯୁବକକୁ ଏବେ ଜେଲ୍‌ରେ ସମୟ କାଟିବାକୁ ପଡ଼ିବ। ଦୁଇଟି ପ୍ରମାଣକୁ ଦୃଷ୍ଟିରେ ରଖି ଅଦାଲତ ନିଜର ଫଇସଲା ଶୁଣାଇଛନ୍ତି। ପ୍ରଥମଟି ହେଉଛି ପୀଡ଼ିତା ଯୁବତୀଙ୍କର ଏକ କବିତା ଓ ଦ୍ୱିତୀୟଟି ହେଉଛି ୟୁଟ୍ୟୁବ୍‌ ଗୀତ ଜରିଆରେ ନିଜ ପ୍ରେମିକାକୁ ପ୍ରେମିକ ମାରୁଥିବା ଦୃଶ୍ୟର ଏକ ଭିଡିଓ। କେବଳ ଆଜୀବନ କାରାଦଣ୍ଡ ନୁହେଁ; ତାଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ରହିଛି।

ଅତିରିକ୍ତ ଦୌରା ଜଜ୍‌ ବିରେନ୍ଦ୍ର କୁମାର ଭଂସାଲ୍‌ ଦୋଷୀ ସାବ୍ୟସ୍ତ ହୋଇଥିବା ସାର୍ଥକ କପୁର୍‌ଙ୍କୁ ଜଣେ ‘ହାରିଯାଇଥିବା ପ୍ରେମିକ’ ବୋଲି ନାମ ଦେଇଛନ୍ତି। ଯିଏକ ନିଜ ପ୍ରେମିକାକୁ କୌଣସି ବି ପରିସ୍ଥିତିରେ ପାଇବାକୁ ଚାହୁଁଥିଲା। ସେ ପୀଡ଼ିତାଙ୍କୁ ହତ୍ୟା ବେଳେ ଯେଉଁ ଭିଡିଓ କରିଛନ୍ତି ତାହାକୁ ଅଦାଲତରେ ଦିଆଯିବା ସହ ପୀଡ଼ିତାଙ୍କ କବିତା ତାଙ୍କ ଜେଲ୍‌ ଦଣ୍ଡର କାରଣ ହୋଇଛି।

କବିତାଟି ହେଉଛି ଏପରି ‘ମୋ ଇଚ୍ଛା ହେଉଛି ମୁଁ ମରିଯାଏ। ଯେତେଥର ମୁଁ ପ୍ରତ୍ୟେକ ଥର ଯେତେବେଳେ ମୁଁ ଆଖି ବନ୍ଦ କରେ ମୋତେ ସ୍ୱର୍ଗ ଦିଶେ। ମୁଁ ଏଠାରେ ରହି ରହି କ୍ଳାନ୍ତ। ନିଜର ହିଁ ଭୟ ମୋତେ ଡରାଇ ରଖୁଛି। ମୁଁ ନିଜ ଖେଳନାରେ ଖେଳୁ ଖେଳୁ ନିଜେ ଖେଳନା ବନି ଗଲିଣି। ପୁରୁଷ ତ ପୁରୁଷ ହିଁ ରହିବେ। ଏଥିପାଇଁ ଆମେ ମହିଳାମାନେ କେବେ କିିଛି କହିପାରିବୁ ନାହିଁ।’

କବିତାଟି ଲେଖାଯାଇଥିଲା ୨୦୧୭ ମସିହା ଅଗଷ୍ଟ ୧୬ ତାରିଖରେ। ଏହି ମର୍ମଭେଦି କବିତାର କବୟିତ୍ରୀ ହେଉଛନ୍ତି ଶ୍ରେୟା ଶର୍ମା; ଯିଏକି ଏବେ ତାଙ୍କର ସେହି କବିତା ପାଇଁ ହିଁ ନିଜ ହତ୍ୟାକାରୀକୁ ଧରାଇବାରେ ସମର୍ଥ ହୋଇଛନ୍ତି। ଏହି କବିତାଟିକୁ ଶ୍ରେୟା ଅନ୍‌ଲାଇନ୍‌ ପୋଷ୍ଟ କରିଥିଲେ। ଏପରିକି ସେ ସାର୍ଥକଙ୍କୁ ବି ଏହି କବିତାର ଏକ ହାର୍ଡକପି ବି ଦେଇଥିଲେ। ଏହି କବିତାକୁ ଫରେନ୍ସିକ୍‌ ବିଶେଷଜ୍ଞ ଓ ହ୍ୟାଣ୍ଡ୍‌ରାଇଟିଂ ବିଶେଷଜ୍ଞଙ୍କ ପାଖକୁ ପଠାଯାଇଥିଲା। ପରୀକ୍ଷଣରୁ ଜଣାଗଲା ଯେ କବିତାଟି ଶ୍ରେୟା ଲେଖିଥିଲେ।

ଘଟଣା ଘଟିଥିଲା ୨୦୧୭ ମସିହା ଅଗଷ୍ଟ ୧୬ ତାରିଖରେ।  ଦିଲ୍ଲୀସ୍ଥିତ ରୋହିଣୀ ସେକ୍ଟର-୧୭ରେ ଶ୍ରେୟା କୋଚିଂ କ୍ଲାସ୍‌ ସାରି ଘରକୁ ଫେରୁଥିଲେ। ସେହି ସମୟରେ ସାର୍ଥକ ତାଙ୍କୁ ଟେକି ନେଇ ନିର୍ଜନ ଜଙ୍ଗଲରେ ହତ୍ୟା କରିଥିଲା।

ଜାଣିବାକୁ ମିଳିଛି ଯେ ସାର୍ଥକ ଶ୍ରେୟାକୁ ଏକତରଫା ପ୍ରେମ କରୁଥିଲେ। ଶ୍ରେୟା ଅନ୍ୟ କେଉଁ ପୁଅ ସହ ଗପସପ କରୁଥିଲେ ସାର୍ଥକ ବିରକ୍ତ ଭାବ ପ୍ରକାଶ କରୁଥିଲେ। ସେ ଶ୍ରେୟାଙ୍କ ପ୍ରତି ଏତେ ଦୁର୍ବଳ ଥିଲେ ଯେ ପ୍ରତ୍ୟେକ ସମୟରେ ତାଙ୍କ ଉପରେ ନଜର ରଖୁଥିଲେ।

ସମ୍ବନ୍ଧିତ ଖବର