ବରକୁ ଗୁଳି ମାରୁଥିଲା ହତାସ ପ୍ରେମିକ, ଚାଲିଗଲା କନ୍ୟାଙ୍କ ସଂପର୍କୀୟ ଭାଇ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ରାଣୀଗଞ୍ଜ ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଏକ ବିବାହ ଉତ୍ସବରେ ମଙ୍ଗଳବାର ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ହତାସ ପ୍ରେମିକର ଗୁଳିମାଡ଼ରେ କନ୍ୟାର ଜଣେ ସଂପର୍କୀୟ ଭାଇଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ ୩୮ ବର୍ଷ।

ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଗୁଳି ଚାଳନାକାରୀ ଜଣକ ‌ହେଉଛି କନ୍ୟାର ପ୍ରେମିକ। କନ୍ୟା ଅନ୍ୟତ୍ର ବିବାହ କରୁଥିବା ଜାଣି ସେ ରାଜରେ ଆସି ବରକୁ ଗୁଳି ମାରିବାକୁ ଯୋଜନା କରିଥି‌ଲା। ମାତ୍ର ସେହି ଗୁଳି କନ୍ୟାଙ୍କ ସଂପର୍କୀୟ ଭାଇଙ୍କ ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିବେକ ସିଂହକୁ ଗିରଫ କରିଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ମୃତକ ଜଣକ ହେଉଛନ୍ତି ପ୍ରେମ ସିଂହ। ତାଙ୍କ ଶରୀରରେ ଗୁଳି ଲାଗିବା ପରେ ତାଙ୍କୁ ହସ୍ପିଟାଲ୍‌ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ରଥମରୁ ଲୋକମାନେ ଭାବିଥିଲେ ଯେ ବାଣ ବାଜିବାରୁୁ ପ୍ରେମ୍‌ଙ୍କର ଏପରି ଘଟିଛି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ବିବେକ ହାତରେ ବନ୍ଧୁକ ଦେଖିବାକୁ ମିଳିବା ପରେ ଘଟଣା ସ୍ପଷ୍ଟ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର