ହାତ କାଟି ପ୍ରେମିକାକୁ ଶେଷ ଉପହାର ଭାବେ ରକ୍ତ ବୋତଲ ଭେଟି ଦେଲା ପ୍ରେମିକ, ଜାଣନ୍ତୁ କାରଣ

ଚେନ୍ନାଇ : ଚେନ୍ନାଇର ଜଣେ ଯୁବକ ମୃତ୍ୟୁ ପୂର୍ବରୁ କରିଥିବା ଅଜବ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବକ ନିଜ ହାତ କାଟିବା ସହ ରକ୍ତକୁ ଏକ ମଦ ବୋତଲରେ ଭରିଥିଲେ । ଏହାକୁ ପରେ ସେ ନିଜ ପ୍ରେମିକାକୁ ଶେଷ ଉପହାର ଆକାରରେ ଦେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକଙ୍କ ନାଁ କୁମାରେସା ପାଣ୍ଡିଆନ୍‌ ବୋଲି ଜଣା ପଡ଼ିଥିବା ବେଳେ ସେ ବଢ଼େଇ କାମ କରୁଥିଲେ ବୋଲି ଜଣାପଡ଼ିଛି । ପ୍ରେମିକା କଥା ହେବା ବନ୍ଦ କରି ଦେବାରୁ କୁମାରେସା ଏଭଳି ପଦକ୍ଷେପ ନେଇଥିବା ନେଇ ସୂଚନା ମିଳିଛି । ଶଙ୍କର ନଗର ପୁଲିସ ଷ୍ଟେସନରେ ଏ ନେଇ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Image result for jilted-lover-slits-wrist-gives-bottle-full-of-his-blood-to-girlfriend-as-last-gift
Times Now

କୁମାରେସାଙ୍କ ବନ୍ଧୁ ମୁଥୁଙ୍କ କହିବା ଅନୁଯାୟୀ, କିଛି ବର୍ଷ ପ୍ରେମ ସଂପର୍କରେ ରହିବା ପରେ ହଠାତ୍‌ ତାଙ୍କ ପ୍ରେମିକା ସବୁ ସଂପର୍କ ଛିନ୍ନ କରିଦେବା କୁମାରେସାଙ୍କ ପାଇଁ ଅବିଶ୍ୱସନୀୟ ଥିଲା । ସୋସିଆଲ ମିଡିଆରୁ ବ୍ଲକ୍‌ କରିବା ସହ ଫୋନ ଉଠାଇବା ବନ୍ଦ କରି ଦେଇଥିଲେ କୁମାରେସାଙ୍କ ପ୍ରେମିକା । ଯାହାଦ୍ୱାରା ସେ ଧିରେ ଧିରେ ଅବସାଦଗ୍ରସ୍ତ ହେବାକୁ ଲାଗିଥିଲେ । ଘଟଣା ଦିନ ସେ ମୁଥୁଙ୍କୁ ମଦ ପିଇବାକୁ ଡ଼ାକିବା ସହ ମଦ ବୋତଲ ଭାଙ୍ଗି ନିଜ ହାତ କାଟିଥିଲେ । ମୁଥୁ ଏପରି କରିବାକୁ ରୋକିବାରୁ କୁମାରେସା ଭଙ୍ଗା ମଦ ବୋତଲ ଦେଖାଇ ତାଙ୍କୁ ଡ଼ରାଇଥିଲେ । ଏହା ସହ ବାହାରୁଥିବା ରକ୍ତକୁ ମଦ ବୋତଲରେ ରଖି ମୁଁ ଯିବା ପରେ ମୋ ପ୍ରେମିକାକୁ ଶେଷ ଉପହାର ଦେଇଦେବ ବୋଲି ମୁଥୁଙ୍କୁ କହିଥିଲେ କୁମାରେସା । ଅଚେତ ହେବା ପରେ କୁମାରେସାଙ୍କୁ ମୁଥୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତରଙ୍କୁ ଚିକିତ୍ସା କରାଇବାକୁ ଦେଇ ନଥିଲେ କୁମାରେସା । ଫଳରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର