ଚନ୍ଦ୍ରଶେଖରପୁର : ବିଦେଶରେ ଚାକିରି କରାଇଦେବା ନେଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତ ବିରୋଧରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ୬ଜଣ ଯୁବକ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ଯୁବକମାନେ ହେଲେ ରାଜେଶ ସାମଲ, ଦେବ ବେହେରା, ସୁଧୀର ବାରିକ, ତପନ ବାରିକ, ଉମାକାନ୍ତ ବାରିକ ଓ ସନ୍ତୋଷ ମହାପାତ୍ର। ଏମାନେ ପ୍ରତ୍ୟେକ ୭୦ ହଜାର ଟଙ୍କା ଲେଖାଏ ସଂସ୍ଥାର ମାଲିକକୁ ଦେଇ ଦୁବାଇରେ ରାଜମିସ୍ତ୍ରି ଚାକିରି କରିବା ପାଇଁ ଗତ ସେପ୍ଟେମ୍ବର ମାସରେ ବିଦେଶ ଯାଇଥିଲେ। ସେଠାରେ ସେମାନଙ୍କୁ ମାସକୁ ୩୦ ହଜାର ଟଙ୍କା ଓ ରହିବା ପାଇଁ ଘର ସହ ଦୁଇ ବେଳା ଖାଇବାକୁ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଯୁବକମାନେ ବିଦେଶରେ ପହଞ୍ଚିବା ପରେ ସେମାନଙ୍କୁ କିଛି ମିଳି ନଥିଲା। ଯୁବକମାନେ ହନ୍ତସନ୍ତ ହୋଇ ଘର ଲୋକଙ୍କୁ ଯୋଗାଯୋଗ କରି ବିମାନ ଟିକେଟ୍ ଅର୍ଥ ଆଣି ୧୮ ଦିନ ପରେ ଘରକୁ ଫେରି ଆସିଥିଲେ। ବିଦେଶ ପଠାଇଥିବା ଠକକୁ ସେମାନେ ମାସକ ପରେ ଠାବକରି ଟଙ୍କା ଫେରସ୍ତ ମାଗିବାରୁ ସଂସ୍ଥା ମାଲିକ ସେମାନଙ୍କୁ ଚେକ୍ ଦେଇ ଫେରାର୍ ହୋଇଯାଇଥିଲା। ଚେକ୍ ବାଉନ୍ସ ହେବାରୁ ଆଜି ୬ଜଣ ଠକାମିର ଶିକାର ଯୁବକ ସ୍ଥାନୀୟ ଥାନାରେ ସଂସ୍ଥା ମାଲିକ ନାମରେ ଅଭିଯୋଗ ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଚନ୍ଦ୍ରଶେଖରପୁର : ବିଦେଶରେ ଚାକିରି ଦେବା ନାଁରେ ଠକେଇ
/sambad/media/post_attachments/wp-content/uploads/2020/01/job-fraud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)