ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ବକପର ସିଧାସଳଖ ଖବର ପ୍ରସାରଣ କରୁଥିବା ସମୟରେ ଜଣେ ସାମ୍ବାଦିକ ଲୁଟର ଶିକାର ହୋଇଥିଲେ। ସେ ଏହି ଲୁଟର ଶିକାର ହେବାପରେ ପୁଲିସରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ପରେ ପୁଲିସ ତାଙ୍କୁ ଯେଭଳି ଉତ୍ତର ଦେଇଥିଲା, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ଘଟଣାକୁ ସାମ୍ବାଦିକା ବଖାଣିଛନ୍ତି। ଲୁଟର ଶିକାର ହୋଇଥିବା ସାମ୍ବାଦିକାଙ୍କ ନାମ ଡୋମିନିକ ମେଟଜଗର ବୋଲି ଜଣାପଡ଼ିଛି।
ସାମ୍ବାଦିକା ଡୋମିନିକ ମେଟଜଗର ଲୁଟର ଶିକାର ହେବା ପରେ ପୁଲିସ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ। ଏହି ସମୟରେ ପୁଲିସ ତାଙ୍କୁ କହିଥିଲା, ଆମ ପାଖରେ ପ୍ରତ୍ୟେକ ସ୍ଥାନରେ ହାଇଟେକ କ୍ୟାମେରା ଅଛି। ଆମେ ଚୋରକୁ ଚିହ୍ନଟ କରିବାକୁ ଯାଉଛି। ଯଦି ଆମେ ଉକ୍ତ ଚୋରକୁ ଖୋଜି ବାହାର କରିବୁ, ତେବେ, ଆପଣ କିଭଳି ନ୍ୟାୟ ଚାହିଁବେ? ଆପଣ ଚାହୁଁଛନ୍ତି କି ଆମେ ତାଙ୍କୁ ଦଣ୍ଡ ଦେଉ? ଆପଣ ଚାହୁଁଛନ୍ତି କି ତାଙ୍କୁ ୫ବର୍ଷ ଜେଲଦଣ୍ଡ ହେଉ? ଚାହୁଁଛନ୍ତି କି ତାଙ୍କୁ ନିବସ୍ତ୍ର କରାଯାଉ?
ପୁଲିସ ଠାରୁ ଏଭଳି କଥା ଶୁଣିବା ପରେ ସାମ୍ବାଦିକା ଡୋମିନିକ ମେଟଜଗର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁଲିସ ପଚାରିଥିବା ଏଭଳି ପ୍ରଶ୍ନର ସେ କ’ଣ ଉତ୍ତର ଦେବେ କିଛି ବୁଝି ପାରି ନଥିଲେ। ମାତ୍ର ଗୋଟିଏ କଥା କହିଥିଲେ କି, ମୋତେ କେବଳ ମୋର ହଜିଯାଇଥିବା ସାମଗ୍ରୀ ଫେରାଇ ଆଣିବାରେ ସାହାଯ୍ୟ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/667ab28a-4fd9-4126-9064-932ada48f773.jpg)