ଜୁନିୟର୍‌ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ, ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ର ମୁଖ୍ୟ ଗିରଫ

ପାଣାଜୀ: ଏକ ପ୍ରାଇଭେଟ୍‌ ଏଫ୍‌ଏମ୍‌ ରେଡିଓ ଷ୍ଟେସନ୍‌ର ଗୋଆ ମୁଖ୍ୟ ତାଙ୍କର ଜଣେ ଜୁନିୟର୍‌ ମହିଳା କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ରବିବାର ଗୋଆ ପୁଲିସ୍‌ ତାଙ୍କୁ ଗିରଫ କରିଛି। ମାତ୍ର ଏ ନେଇ କମ୍ପାନି ପକ୍ଷରୁ ସଫେଇ ଦିଆଯାଇଛି କି କମ୍ପାନିକୁ ବଦନାମ କରିବା ପାଇଁ ଏଠାରେ କାର୍ଯ୍ୟ କରୁଥିବା କିଛି ପୁରୁଣା କର୍ମଚାରୀ ବର୍ତ୍ତମାନର କର୍ମଚାରୀଙ୍କ ସହ ମିଶି ଏକ ଯୋଜନା କରିଛର୍ନ୍ତି

ଗତକାଲି ପାଣାଜୀ ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ନଭେମ୍ବର ୧୦ ତାରିଖରେ ଅଭିଯୁକ୍ତ ତାଙ୍କର ଜଣେ ମହିଳା ଜୁନିୟର୍‌ଙ୍କ ଉପରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବା ସହିତ ଯୌନ ଉଦ୍ଦିପକ ଟିପ୍ପଣୀ ଦେଇଥିଲେ। ଏପରିକି ଅଭିଯୁକ୍ତ ମହିଳାଙ୍କୁ ତାଙ୍କ ସହ ସହଯୋଗ କରିବା ପାଇଁ ଧମକ ମଧ୍ୟ ଦେଇଥିଲେ। ତେବେ, ମହିଳାଙ୍କର ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର