ମୁମ୍ବାଇ: ଟେଲି ଧାରାବାହିକ ‘କହାନୀ ଘର ଘର କୀ’ର ଅଭିନେତ୍ରୀ ତାଙ୍କର ଜଣେ କନିଷ୍ଠ କଳାକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ହରିଆଣାର ଯମୁନା ନଗରର ଏହି ଜୁନିୟର୍‌ କଳାକାର ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ଫଳରେ ସେ ଗର୍ଭବତୀ ମଧ୍ୟ ହୋଇଥିଲେ। ଏପରି ଅଭିଯୋଗ ଆଣିଥିବା ଅଭିନେତ୍ରୀ ଜଣକ ‘କହାନୀ ଘର ଘର କୀ’ ବ୍ୟତୀତ ‘ଦେଶ ମେ ନିକଲା ହୋଗା ଚାନ୍ଦ‘ ଏବଂ ‘ନାଚ ବାଲିୟେ’ ଆଦିରେ ବି ନଜର ଆସିଥିଲେ। ତାଙ୍କର ଜୁନିଆର କଳାକାର ଜଣକ ତାଙ୍କୁ ‌ଏକ ହୋଟେଲ୍‌ ରୁମ୍‌ରେ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।

Advertisment

publive-image National Herald

ଅଭିନେତ୍ରୀ ଜଣକ କହିଛନ୍ତି କି ସେ ଗର୍ଭବତୀ ବୋଲି ଜାଣିବା ପରେ କନିଷ୍ଠ କଳାକାର ଜଣଙ୍କୁ ତାଙ୍କୁ ବିବାହ କରିବାକୁ କହିଲେ। ମାତ୍ର ସେ ବିବାହ କରିବାକୁ ମନା କରି ଦେଇଛନ୍ତିି। ଯମୁନାନଗର ପୁଲିସ୍‌ ଷ୍ଟେସନ୍‌ରେ ଅଭିନେତ୍ରୀ ଅଭିଯୋଗ ଆଣିବା ପରେ ଅଭିଯୁକ୍ତ କେଉଁ ଆଡ଼େ ଫେରାର୍‌ ହୋଇ ଯାଇଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତଙ୍କ ପରିବାର ଲୋକ ତାଙ୍କୁ ସମର୍ଥନ କରୁଛନ୍ତି। ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଘର ଲୋକ ଜାଣିଛନ୍ତି ସବୁ ଓ ମୋତେ ସାହାଯ୍ୟ କରିବାକୁ ମନା କରୁଛନ୍ତି।