ଦୁଇଟି ଭିନ୍ନ ଧର୍ମର ମହିଳାଙ୍କୁ ବିବାହ କରି ଫସିଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁତୁରା, ବିରକ୍ତ ହୋଇ ହାରିଲେ ଜୀବନ

ଲକ୍ଷ୍ନୌ: ଦୁଇଟି ଭିନ୍ନ ଧର୍ମର ମହିଳାଙ୍କୁ ବିବାହ କରି ଫସିଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁତୁରା। ବିରକ୍ତ ହୋଇ ହାରିଲେ ଜୀବନ। ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ। ମୃତକଜଣକ ବିଜେପିର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋରଙ୍କ ପୁତୁରା ନନ୍ଦକିଶୋର ବୋଲି ଜଣାପଡ଼ିଛି। ନନ୍ଦକିଶୋର ନିର୍ବାଚନ ଲଢ଼ିନଥିଲେ ବି ବିଜେପିର ବଡ଼ ସମର୍ଥକ ଥିଲେ। ଅନେକ ପର୍ବପର୍ବାଣୀରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ସହ ନିଜ ଫଟୋ ରଖି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। ହଠାତ ତାଙ୍କର ମୃତ୍ୟୁ ଖବର ପାଇ ଏବେ ଲକ୍ଷ୍ନୌରେ ଶୋକର ଲହରୀ ଖେଳିଯାଇଛି।

aajtak

ମିଳିଥିବା ସୂଚନା ମୁତାବକ, ନନ୍ଦକିଶୋର ଦୁଇଟି ବିବାହ କରିଥିଲେ। ପ୍ରଥମ ବିବାହ ପୂଜାଙ୍କୁ କରିଥିବା ବେଳେ ୪ଟି ସନ୍ତାନର ବାପା ହୋଇଥିଲେ ନନ୍ଦକିଶୋର। ପ୍ରଥମ ବିବାହର କିଛି ବର୍ଷ ପରେ ଜଣେ ମୁସଲିମ ମହିଳାଙ୍କୁ ବିବାହ କରିଥିଲେ ନନ୍ଦକିଶୋର। ଦ୍ବିତୀୟ ପତ୍ନୀ ଶକିଲାଙ୍କୁ ବିବାହ କରିବା ପରେ ନନ୍ଦକିଶୋର ୨ଟି ସନ୍ତାନର ବାପା ବନିଥିଲେ। ୬ଟି ସନ୍ତାନର ବାପା ହେବା ପରେ ସେମାନଙ୍କ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବା ସହ ଜମି କିଣିବା ଆରମ୍ଭ କରିଥିଲେ ନନ୍ଦକିଶୋର। ହେଲେ ଏହି ଜମି କିଣାକୁ ନେଇ ଘରେ ସବୁବେଳେ କଳହ ହେଉଥିଲା। ଶକିଲା ଏବଂ ପୂଜା ପରସ୍ପର ସହ ଜମି କିଣାକୁ ନେଇ ଝଗଡା କରୁଥିଲେ। ପ୍ରତିଦିନ ଏଭଳି ହେଉଥିବାରୁ ବିରକ୍ତ ହୋଇ ନନ୍ଦକିଶୋର ଜୀବନ ହାରିଥିବା ସନ୍ଦେହ କରୁଛି ପୁଲିସ। ଏନେଇ ପୁଲିସକୁ ସୂଚନା ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର