ନୂଆଦିଲ୍ଲୀ: ନୂଆବର୍ଷ ଦିନ ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରଥମେ ସେମାନେ କାର୍ ତଳେ ଅଞ୍ଜଳି ଘୋଷାଡି ହୋଇ ଯାଉଥିବା ଜାଣିନଥିଲେ ବୋଲି ପୁଲିସକୁ କହିଥିଲେ। ହେଲେ ଆଜି ସେମାନେ ସବୁ ସତ ମାନିଛନ୍ତି। ପୁଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ଯେ, ଅଞ୍ଜଳି ତାଙ୍କ କାର ତଳେ ଫସି ରହିଛନ୍ତି ବୋଲି ସେମାନେ ଜାଣିଥିଲେ। କିନ୍ତୁ ଧରାପଡ଼ିଯିବା ଡରରେ ସେମାନେ ଗାଡି ଅଟକାଇନଥିଲେ।
ପଚରାଉଚରା ବେଳେ ଅଭିଯୁକ୍ତମାନେ ପୁଲିସକୁ କହିଛନ୍ତି ଯେ, ଯଦି ସେମାନେ ଅଞ୍ଜଳିଙ୍କୁ କାରରୁ ବାହାର କରିବା ପାଇଁ ଗାଡ଼ି ଅଟକାଇଥାନ୍ତେ ତେବେ ସେମାନଙ୍କ ଉପରେ ହତ୍ୟା ଆରୋପ ଲାଗିଥାନ୍ତା। ଏହି ଡରରେ ସେମାନେ ଦୁର୍ଘଟଣା ପରେ ଗାଡ଼ି ଅଟକାଇନଥିଲେ। ଗାଡ଼ିରୁ ଅଞ୍ଜଳିଙ୍କ ମୃତଦେହକୁ ଖସାଇବା ପାଇଁ ଅଭିଯୁକ୍ତମାନେ ବାରମ୍ବାର ୟୁ-ଟର୍ନ ମାରିଥିବା ପୁଲିସକୁ କହିଛନ୍ତି।
ଏହା ପୂର୍ବରୁ ଗାଡି ଚଳାଉଥିବା ଅଭିଯୁକ୍ତ ପୁଲିସକୁ କହିଥିଲେ ଯେ, ଘଟଣା ଘଟିବା ସମୟରେ ଆମେ ନିଶାଗ୍ରସ୍ତ ଥିଲୁ। ଅଞ୍ଜଳିଙ୍କ ସ୍କୁଟି ସହ କାର୍ ଧକ୍କା ହେବାରୁ ଧରାପଡ଼ିବା ଡରରେ ଆମେ ଘଟଣାସ୍ଥଳରେ ନଅଟକି ସେଠାରୁ ଚାଲିଆସିଥିଲୁ। କିଛି ବାଟ ଆସିବା ପରେ ମୋତେ ଗାଡି ତଳେ କିଛି ଲାଗିଥିବା ଭଳି ଅନୁଭବ ହୋଇଥିଲା। ଏ ବିଷୟରେ ମୁଁ କାରରେ ଥିବା ଅନ୍ୟ ୪ଜଣଙ୍କୁ କହିଥିଲେ ବି ସେମାନେ ନଅଟକି ଗାଡ଼ି ଚଳାଇବାକୁ କହିଥିଲେ। ଅଞ୍ଜଳି ଏଭଳି ଗାଡ଼ି ତଳେ ଲାଖି ଯାଇଥିବା ବିଷୟରେ ଆମକୁ ଜଣାନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/ସ-89.jpg)