ଶିଶୁକୁ ଚଟାଣରେ କଚାଡ଼ି ମାରୁଛନ୍ତି ପ୍ରୋଗ୍ରାମ ମ୍ୟାନେଜର

ନୂଆଦିଲ୍ଲୀ: ଛତିଶଗଡ଼ର କା‌ଙ୍କେର ସହରର ଶିବନଗରସ୍ଥିତ ଦତ୍ତକ କେନ୍ଦ୍ରରେ ଶିଶୁକୁ ନିର୍ଯାତନା ‌ଦିଆଯାଉଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନ‌ାକୁ ଆସିଛି।  ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭ‌ାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ମହିଳା ଶିଶୁର କେଶକୁ ଧରି ମାଡ଼ ମାରୁଛି। କେବଳ ଏତିକି ନୁହେଁ ସେ ଶିଶୁକୁ ଧରି ଚଟାଣରେ କଚାଡ଼ି କଚାଡ଼ି ମାରୁଛି। ଶିଶୁ ଜଣକ ଯନ୍ତ୍ରଣାରେ ଚିତ୍କାର କରୁଥିବା ବି ଭିଡିଓରେ ଶୁଣିବାକୁ ମିଳୁଛି। କିନ୍ତୁ ମହିଳା ମ୍ୟାନେଜରକୁ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଏହି ସମୟରେ ଶିଶୁ ପାଖ ଦେଇ ଦୁଇଜଣ ମହିଳା ଯାଉଛନ୍ତି। କିନ୍ତୁ ଏସବୁକୁ ଆକାଟ କରିବାକୁ ସେମାନଙ୍କ ସାହସ ହେଉନାହିଁ।

ଉକ୍ତ ମହିଳା ଜଣକକୁ ପ୍ରୋଗ୍ରାମ ମ୍ୟାନେଜର ସୀମା ଦ୍ବିବେଦୀ ବୋଲି କୁହାଯାଉଛି। ଯିଏକି ପିଲାଙ୍କ ସହିତ ଏଭଳି ଅତ୍ୟାଚାର କରୁଥିବା କୁହାଯାଉଛି। କେବଳ ଏତିକି ନୁହେଁ, ପିଲାଙ୍କ ସୁରକ୍ଷା ପାଇଁ ଘଟଣାସ୍ଥଳରେ ଲଗାଯାଇଥିବା ସିସିଟିଭିକୁ ସେ ରାତିରେ ବନ୍ଦ କରି ଦେଉଥିବା ବି କିଛି ଲୋକ ଅଭିଯୋଗ କରିଛନ୍ତି। ଏହି କେନ୍ଦ୍ରରେ ଜନ୍ମରୁ ୬ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ରଖାଯାଇଥାଏ।

ସମ୍ବନ୍ଧିତ ଖବର