ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୧୬ଦିନ ଜୀବନ ଓ ମୃତ୍ୟୁ ସହ ହସ୍ପିଟାଲ ବିଛଣାରେ ସଂଘର୍ଷ କରି କରି ଶେଷରେ ହାରି ଯାଇଛନ୍ତି।
ପୀଡ଼ିତାଙ୍କ ବାପା କହିଛନ୍ତି, ‘ମୋର ୧୪ବର୍ଷର ଝିଅ ଅଗଷ୍ଟ ୩୦ ତାରିଖ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରର ବାରଣ୍ଡାରେ ପାଠପଢ଼ୁଥିଲା। ମୁଁ ମୋର ସ୍ତ୍ରୀଙ୍କ ସହିତ ଘର ଭିତରେ ଥିଲି। ଏହି ସମୟରେ ଗ୍ରାମର ଇରଫାନ, ଇଜରାଇଲ, ରାଜା ଓ ଇମରାନ ଆସି ମୋ ଝିଅକୁ ଘରକୁ ଜୋରଜବରଦସ୍ତି ଉଠାଇ ନେଇ ଖରାପ କାମ କରିଥିଲେ। ଏହି ସମୟରେ ଆମେ ଝିଅର ପାଟି ଶୁଣି ବାହାରକୁ ଚାଲି ଆସିଥିଲୁ। ଏହି ସମୟରେ ଅଭିଯୁକ୍ତମାନେ ଆମକୁ ଦେଖି ଦୌଡ଼ି ପଳାଇ ଯାଇଥିଲେ। ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ।
ତା’ପରଦିନ ଅଭିଯୁକ୍ତମାନେ ଧମକ ଦେଇ କହିଥିଲେ ଯଦି ଏହି ଘଟଣା ବିଷୟରେ ପୁଲିସରେ ଅଭିଯୋଗ କର ତେବେ ଖୁବ ଖରାପ ପରିଣାମ ଭୋଗିବାକୁ ପଡ଼ିବ। ଏହାକୁ ସହ୍ୟ କରି ନପାରି ଝିଅ ମୋର କୀଟନାଶକ ଔଷଧ ପିଇ ଦେଇଥିଲା। ଯେଉଁ କାରଣରୁ ତାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ୧୬ଦିନ ଧରି ହସ୍ପିଟାଲରେ ପଡ଼ିବା ପରେ ଶେଷରେ ମୋ ଝିଅ ସବୁଦିନ ପାଇଁ ଆଖିବୁଜି ଦେଇଛି।’
ଡିସିପି ପୂର୍ବି ଶ୍ରବଣ କୁମାର ସିଂହ କହିଛନ୍ତି, ‘ଘଟଣାର ଅଭିଯୋଗ ହେବାପରେ ସେପ୍ଟେମ୍ବର ୨ ତାରିଖରେ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଇ ଯାଞ୍ଚ କରାଯାଉଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/EMFn7k6QJWFPyioG53Hn.jpg)