ସ୍ତ୍ରୀ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ନିଜ ଭାଇର ହତ୍ୟା କଲେ ସ୍ବାମୀ

କାନପୁର: ପରକୀୟା ପ୍ରୀତିର କରୁଣ ପରିସ୍ଥିିତି ଆପଣ ଅଧିକାଂଶ ସମୟରେ ଦେଖିବାକୁ ପାଇଥିବେ। ଏହି ପ୍ରୀତି ଯଦି ନିଜ ଘର ଭିତରେ ଘଟେ ତ ପରିସ୍ଥିତି ଆହୁରି ଭୟଙ୍କର ହୋଇଥାଏ। କାନପୁରର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କର ତାଙ୍କ ଭାଇ ସହ ପ୍ରେମ ସଂପର୍କ ଅଛି ବୋଲି ସନ୍ଦେହ କରି ଭାଇର ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ଜଣକ ହେଉଛନ୍ତି ଧନଞ୍ଜୟ। ସେ ଭାଇର ହତ୍ୟା କରିବା ପରେ କେଉଁ ଆଡ଼େ ଫେରାର୍‌ ହୋଇ ଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ବୁଧବାର ସକାଳୁ ଗିରଫ କରିଛି। ପୁଲିସ୍‌ ଜେରା ସମୟରେ ସେ ସ୍ବୀକାର କରିଛନ୍ତି ଯେ ତାଙ୍କ ଭାଇ ଶିବ୍‌ ବାହାଦୂରଙ୍କର ତାଙ୍କ ପତ୍ନୀଙ୍କ ସହ ଅନୈତିକ ସଂପର୍କ ଥିଲା। ସେହି କାରଣରୁ ସେ ଭାଇକୁ ହତ୍ୟା କରିବାକୁ ଏକ ସୁଯୋଗ ଖୋଜୁଥିଲେ।

ସେପ୍ଟେମ୍ବର ୧୦ ତାରିଖରେ ତାଙ୍କ ଭାଇ ଶୋଇଥିବା ବେଳେ ସେ ଏକ ଠେଙ୍ଗା ନେଇ ଭାଇ ନିକଟକୁ ଯାଇଥିଲେ। ‌ଭାଇ ନିଦରେ ଥିବ‌ା ବେଳେ ସେ ଠେଙ୍ଗାରେ ବାଡ଼େଇ ବାଡ଼େଇ ଭାଇର ହତ୍ୟା କରିଥିଲେ।

ସେ ଭାଇର ହତ୍ୟା କରିବା ପରେ ନିଜର ରକ୍ତ ଜର୍ଜରିତ ପୋଷାକକୁ ବଦଳାଇବା ପରେ ବାଇକ୍‌ ଚଳାଇ କେଉଁ ଆଡ଼େ ପଳାଇ ଯାଇଥିଲେ। ତାଙ୍କୁ ପୁଲିସ୍‌ ବହୁ ଖୋଜା ଖୋଜି କରିବା ପରେ ରୱାତପୁର ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳରୁ ଗିରଫ କରିଛି। ଅଭିଯୁକ୍ତ ଚଳିତବର୍ଷ ଏପ୍ରିଲ୍‌ ୧୮ ତାରିଖରେ ବିବାହ କରିଥିଲେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର